fbpx

କରୋନା ମୃତକଙ୍କ ଶବ ସତ୍କାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।  ସେ କହିଛନ୍ତି କରୋନା ମୁକାବିଲା କରିବା ପାଇଁ ୩୦୦ଜଣ ଡାକ୍ତର ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିଛନ୍ତି । ୧୦୪ଜଣ ନମ୍ବରକୁ ଅଧିକ ପ୍ରଭାବୀ କରିବାକୂ ଚେଷ୍ଟା କରାଯାଉଛି ।  ୧୦୪ ନମ୍ବରରେ ଦିନକୁ ୧୨ହଜାରରୁ ୧୪ହଜାର କଲ୍ ଆସୁଛି । ଏକ ନୂଆ ଟେଲି ମେଡ଼ିସିନ୍ ହେଲ୍ପଲାଇନ  ନମ୍ବର ଜାରି ହେବ । ଟେଲି ମେଡ଼ିସିନ୍ ହେଲ୍ପଲାଇନ ନମ୍ବର-୧୪୪୧୦ । ଆସନ୍ତକାଲି ଟେଲି ମେଡ଼ିସିନ୍ ହେଲ୍ପଲାଇନ ନମ୍ବର ଜାରି ହେବ । ୟ

୯ଏପ୍ରିଲ ସକାଳୁ ବାହାରକୁ ବାହାରିବା ପାଇଁ ମାସ୍କ ପିନ୍ଧିବା  ବାଧ୍ୟତାମୂଳକ ହେବ । ରାଜ୍ୟର କେତେକ ଜାଗାରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ବିଶ୍ୱରେ ୧୩ଲକ୍ଷ ୪୯ହଜାର ୮୮୯ଜଣ କରୋନା ଆକ୍ରାନ୍ତ ଅଛନ୍ତି । ବିଶ୍ୱରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୪ହଜାରରୁ ଅଧିକ ରହିଛି ।  ରାଜ୍ୟରେ ଏପର୍ଯ୍ୟନ୍ତ ୨୨୧୨ ନମୁନା ପରୀକ୍ଷା କରାଯାଇଛି ।  ଏଥିରୁ ୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏହାସହ ୨ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୩୯ଟି ଆକ୍ଟିଭ୍ କେସ୍ ରହିଥିବା ନେଇ ବାଗଚୀ ସୂଚନା ଦେଇଛନ୍ତି । ଏହାସହ ସବୁଠାରୁ ବଡ଼ ଖବର ଯେ କରୋନା ମୃତକଙ୍କ ଶବ ସତ୍କାର କରିବେ ରାଜ୍ୟ ସରକାର । କେନ୍ଦ୍ରର ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟ ସରକାର ଅନ୍ତିମ ସଂସ୍କାର କରିବେ ।

 

Get real time updates directly on you device, subscribe now.