fbpx

ରାଜ୍ୟରେ ୩୨୪୯ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭ୍ ବାହାରିଛି ୪୮

ଭୁବନେଶ୍ୱର, ୧୦ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ୨୪ଘଣ୍ଟା ମଧ୍ୟରେ କରୋନା ନେଇ ଗୁଜବ ଏବଂ ଲକ୍ ଡାଉନ ନିୟମ ଭାଙ୍ଗି ୨୧୩ଟି ମାମଲା ରୁଜୁ ହୋଇଛି । ଏହାସହ ଓଡ଼ିଶାରେ ଅଟକିଥିବା ବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ବ୍ୟବସ୍ଥା ହୋଇଛି । ୨୧୨ ଶିବିରରେ ୭୦ହଜାର ବାହାର ରାଜ୍ୟର ଶ୍ରମିକଙ୍କୁ ରଖାଯାଇଛି । ମୁମ୍ବାଇରୁ ଗତକାଲି ୪ହଜାର ପରୀକ୍ଷଣ କିଟ୍ ଆସିଛି । ଆଇଏମଆରସିରେ ୫ମାର୍ଚ୍ଚରେ ପ୍ରଥମ ନମୁନା ପରୀକ୍ଷା କରାଯାଇଥିଲା । ସେତେବେଳେ ଆରଏମଆରସିରେ ୧୦୦ଟି ନମୁନା ପରୀକ୍ଷା ହୋଇପାରୁଥିଲା । ବର୍ତ୍ତମାନ ଏହାକୁ ୧ହଜାର କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଟେଷ୍ଟିଂ ବଢ଼ାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏମକେସିଜି ଓ ଭିମସାରରେ ମଧ୍ୟ ଟେଷ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି । ମୋଟ୍ ପରୀକ୍ଷା କରାଯାଇଥିବା ନମୁନାରୁ ୧.୪୭% ପଜିଟିଭ୍ ବାହାରିଛି । ଓଡ଼ିଶାରେ ୩୨୪୯ ନମୁନା ପରୀକ୍ଷା ହୋଇଥିବା ବେଳେ ୪୮ପଜିଟିଭ ଆସିଥିବା ବାଗଚୀ କହିଛନ୍ତି ।

Get real time updates directly on you device, subscribe now.