fbpx

ଟିମ୍ ଇଣ୍ଡିଆ ପାଇଁ ଖେଳିସାରିଥିବା ଏହି କ୍ରିକେଟର ଉପରେ ଜୋରିମାନା, ଜାଣନ୍ତୁ କାହିଁକି?

ସିମଲା,୧୦ ।୪:ଭାରତୀୟ କ୍ରିକେଟ ଦଳରେ ଖେଳିସାରିଥିବା କ୍ରିକେଟର ଋଷି ଧୱନଙ୍କ ଉପରେ ଜୋରିମାନା ଲଗାଇଛି ହିମାଚଳ ପ୍ରଦେଶର ପୋଲିସ । ସହରରେ କର୍ଫ୍ୟୁ ଉଲ୍ଲଙ୍ଘନ କରିଥିବାରୁ ଧୱନଙ୍କ ଉପରେ ଏହି ଜୋରିମାନା ଲାଗିଥିବା ଜଣାପଡିଛି । ବର୍ତ୍ତମାନ ସମୟରେ କରୋନା ଭାଇରସ୍ ଯୋଗୁଁ ବଜାରରେ କର୍ଫ୍ୟୁ ଜାରି ହୋଇଛି । କିନ୍ତୁ ଧୱନ ପୋଲିସର ବିନା ଅନୁମତି କାର୍ ଚଳାଇଥିବାରୁ ତାଙ୍କୁ ଉପରେ ଜୋରିମାନା ଲାଗିଛି ।

ପୋଲିସ ଅଧିକାରୀ ଗୁରୁଦେବ ଚାନ୍ଦ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ଧୱନ ନିଜର ଲଗଜରୀ କାର ସହ ରାସ୍ତାକୁ ବାହାରିଥିଲେ । ମଣ୍ଡି ସହରର ଗାନ୍ଧୀ ଛକ ପାଖରେ ପୋଲିସ ତାଙ୍କେୁ ଅଟକାଇ ୫୦୦ ଟଙ୍କା ଜୋରିମାନା ଲଗାଇଥିଲା । ଧୱନ ଜୋରିମାନାର ଟଙ୍କା ଦେବା ସହ ନିଜ ଭୁଲକୁ ବୁଝିପାରି ଏପରି କେବେ ହେବ ନାହିଁ ବୋଲି କହିଥିଲେ ।’

View this post on Instagram

????

A post shared by Rishi Dhawan (@rishidhawan19) on

Get real time updates directly on you device, subscribe now.