fbpx

ଶ୍ରୀକ୍ଷେତ୍ରରେ ହନୁମାନଙ୍କୁ ନେଇ ରହିଥିବା ପୌରାଣିକ କାହାଣି କହିଲେ ବାଗଚୀ

Advertisement

ଭୁବନେଶ୍ୱର, ୧୩ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ହନୁମାନ ଜୟନ୍ତୀ ପାଳିତ ହେଉଛି । ଶ୍ରୀକ୍ଷେତ୍ରରେ ହନୁମାନଙ୍କୁ ନେଇ ରହିଥିବା ପୌରାଣିକ କାହାଣି କହିଛନ୍ତି ବାଗଚୀ । କରୋନା ବିପତିରେ ମାନବଜାତିର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା । ଏହାସହ ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରେରଣାଦାୟୀ କାହାଣୀ ମଧ୍ୟ ସେ କହିଛନ୍ତି । ଓଡ଼ିଶାରେ ୭୨ହଜାର ୫ଶହ ଅଙ୍ଗନୱାଡ଼ି କର୍ମୀ ସଚେତନ କରାଇଛନ୍ତି । କରୋନା ପାଇଁ ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିଛି । ଘରକୁ ଘର ବୁଲି ଅଙ୍ଗନୱାଡ଼ି କର୍ମୀ ଖାଦ୍ୟ ଯୋଗାଉଛନ୍ତି । ଲୋକଙ୍କୂୁ ହାତ ଧୋଇବା ପାଇଁ ସଚେତନ ମଧ୍ୟ କରାଉଛନ୍ତି ଅଙ୍ଗନୱାଡ଼ି କର୍ମୀ । ସାମାଜିକ ଦୂରତା ରକ୍ଷା କରି ଅଙ୍ଗନୱାଡ଼ିକର୍ମୀଙ୍କୁ ଏହି ପରୀପ୍ରେକ୍ଷୀରେ ତାଲିମ ଦିଆଯାଇଛି ।
ଏହାସହ ହସ୍ପିଟାଲଗୁଡ଼ିକରେ ଔଷଧ ଓ ଚିକିତ୍ସା ସମ୍ପର୍କିତ ସାମଗ୍ରୀ ଯୋଗାଯାଉଛି । କୋଭିଡ଼-୧୯ ହସ୍ପିଟାଲକୁ ଆବଶ୍ୟକୀୟ ଔଷଧ ଓ ସରଞ୍ଜାମ ଯୋଗାଯାଉଛି । ଓଡ଼ିଶା ଔଷଧ ନିଗମ ପାଖରେ ୫ମାସ ପାଇଁ ଔଷଧ ମହଜୁଦ ରହିଛି । ଆହୁରି ୪ମାସର ଔଷଧ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ଆଇସିୟୁ ଭେଣ୍ଟିଲେଟର ୨୯୯ଟି କାର୍ଯ୍ୟକ୍ଷମ ରହିଛି । ୪୨୪ଟି ଭେଣ୍ଟିଲେଟର ପାଇଁ ଅର୍ଡ଼ର ଦିଆଯାଇଛି ସେଥିରୁ ୫୭ଟି ମିଳିଛି ।

Get real time updates directly on you device, subscribe now.