fbpx

ଏହି ରାଜ୍ୟରେ ମଦ ଦୋକାନ ଖୋଲିବାକୁ ମିଳିଲା ଅନୁମତି

Advertisement

ଦେଶବ୍ୟାପୀ ଲକ୍-ଡାଉନ୍ ହୋଇଥିବା ବେଳେ ମେଘାଳୟ ସରକାର ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଅଧିକାରୀମାନେ ରବିବାର ଦିନ ସୂଚନା ଦେଇଥିଲେ । କିନ୍ତୁ ଲୋକଙ୍କ ମଧ୍ୟରେ ଦୂରତାକୁ ନେଇ ବିଶେଷ ଧ୍ୟାନ ଦିଆଯିବ ।

ଅବକାରୀ କମିଶନର ପ୍ରବୀଣ ବକ୍ସି ସମସ୍ତ ଜିଲ୍ଲା ଡେପୁଟି କମିଶନରଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବିଷୟରେ ସମୟଙ୍କୁ ସୂଚନା ଦେଇଛନ୍ତି । ଜଣେ ବରିଷ୍ଠ ଅବକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟ ସରକାର ସୋମବାର ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ଅନୁମୋଦନ କରିଛନ୍ତିି । କିନ୍ତୁ ସାମାଜିକ ଦୂରତା ଓ ହାତକୁ ସଫା ରଖିବା ଉପର ଧ୍ୟାନ ଦିଆଯିବ । ତେବେ ଲକ୍-ଡାଉନକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୫ରୁ ରାଜ୍ୟରେ ମଦ ଦୋକାନ ବନ୍ଦ ରହିଥିଲା ।

Get real time updates directly on you device, subscribe now.