ଓଡ଼ିଶା ଭାସ୍କର: ପଶୁ-ପକ୍ଷୀଙ୍କ କିଛି ଅଭ୍ୟାସରେ ଆମକୁ ବହୁତ କିଛି ଶିଖିବାକୁ ମିଳିଥାଏ। ଏମିତି କିଛି କୁକୁରର ଅଭ୍ୟାସ ଆପଣେଇ ଆପଣ ଜୀବନରେ ସଫଳତା ପାଇପାରିବେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଖରାପ ସମୟରେ କୁକୁରଠାରୁ କିଛି କଥା ଶିଖି ପାରିବେ ଆପଣ।
ଆପଣାନ୍ତୁ ଏହି ଅଭ୍ୟାସ: ଚାଣକ୍ୟ ନୀତିରେ ଏହା କୁହାଯାଇଛି ଯେ, କୁକୁର ପାଖରେ ଥିବା ସନ୍ତୁଷ୍ଟ ଭାବ ମଣିଷଙ୍କ ମଧ୍ୟରେ ରହିବା ଉଚିତ୍। କାରଣ ଯେକୌଣସି ମଧ୍ୟ ଜିନିଷକୁ ଅଧିକ ପାଇବାର ଲାଳସା ମନରେ ଅଶାନ୍ତି ଉତ୍ପନ୍ନ କରିଥାଏ।
ବଡ଼ ଲୋକେ କହିଛନ୍ତି ଯେ, ନୀଦ ସର୍ବଦା କୁକୁର ଭଳି ହେବା ଆବଶ୍ୟକ। ଅର୍ଥାତ ଟିକେ କିଛି ହେଲେ ସଙ୍ଗେ ସଙ୍ଗେ ସତର୍କ ହୋଇଯିବା। ଚାଣକ୍ୟ ନୀତି ଅନୁସାରେ, ଏହି ଅଭ୍ୟାସରେ ଆପଣ ସର୍ବଦା ସତର୍କ ଏବଂ ସୁରକ୍ଷିତ ରହିବେ।
ମିଳିବ ସଫଳତା: କୁକୁର ଏକ ବିଶ୍ୱସ୍ତ ଜୀବ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମଣିଷକୁ କୁକୁରର ଏହି ଗୁଣ ଶିଖିବା ଆବଶ୍ୟକ, କାରଣ ଯେଉଁ ଲୋକ ନିଷ୍ଠାବାନ ହୁଏ, ତାଙ୍କୁ ଯେକୌଣସି କାମରେ ଖୁବଶୀଘ୍ର ସଫଳତା ମିଳିଥାଏ।
କୁକୁର ଏକ ନିର୍ଭୟ ପ୍ରାଣୀ। ମାଲିକଙ୍କ ପାଇଁ କୁକୁର ନିର୍ଭୟ ଭାବେ ସମସ୍ୟାର ମୁକାବିଲା କରିଥାଏ। ମନୁଷ୍ୟକୁ କୁକୁରର ଏହି ଅଭ୍ୟାସ ଆପଣାଇବା ଆବଶ୍ୟକ। ଏଥିରେ ସେ ଯେକୌଣସି କାମକୁ ନିର୍ଭୟ ଭାବେ ସଫଳ କରିବା ଆବଶ୍ୟକ।