fbpx

ମେଟ୍ରୋରେ ଗୋଟିଏ ସିଟ୍ ପାଇବାକୁ ଯୁବକ କଲେ ଅଜବ ହରକତ୍, ଏହାକୁ ଦେଖି ଲୋକ ହେଲେ କାବା; ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ କିଛି ନା କିଛି ଅଜବ ଘଟଣା ମାନ ଘଟିଥାଏ । ସେଥିମଧ୍ୟରୁ କିଛି ଆମକୁ ଆଶ୍ଚର୍ଯ୍ୟ କରିବା ସହିତ ଦ୍ୱନ୍ଦରେ ପକାଇଥାଏ । ହେଲେ ନିକଟରେ ଜଣେ ଯୁବକଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେଉଛି ଯାହାକୁ ଆପଣ ମାନେ ଦେଖିଲେ ଚକିତ ହୋଇଯିବେ ନିଶ୍ଚୟ । ଏଥିରେ ଜଣେ ଯୁବକ ମେଟ୍ରୋରେ ଯାଉଥିବା ସମୟରେ ଏପରି ଅଜବ ହରକତ୍ କଲେ ଯେ, ସେଠାରେ ତାଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ଆବାକାବା ହୋଇ ଚାହିଁ ରହିଲେ ।

ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ଜଣେ ୟୁଜର୍ ସେୟାର କରିଥିବା ବେଳେ ଏହା ଏବେ ଖୁବ୍ ଭାଇରାଲ୍ ହେଉଛି । ତେବେ ଆପଣ ମାନେ ଭିଡିଓ ଟିରେ ଦେଖିବାକୁ ପାଇବେ ଯେ, ଜଣେ ଯୁବକ ମେଟ୍ରୋରେ ଯାତ୍ରା କରୁଛନ୍ତି । ଆଉ ସିଟ୍ ନଥିବାରୁ ଠିଆ ହୋଇଚନ୍ତି । ହେଲେ ବୋଧ ହୁଏ ସିଟ୍ ରେ ବସିବା ପାଇଁ ଜୁଗାଡ ବାହାର କରୁଛନ୍ତି । ଆଉ ଏହି ଆଧାରରେ ହଠାତ୍ ଥରିବାକୁ ଆରମ୍ଭ କରୁଛନ୍ତି । ଯାହାକୁ ଦେଖି ତାଙ୍କ ସାମନା ସିଟ୍ ରେ ବସିଥିବା କିଛି ମହିଳା ଭୟରେ ସେଠାରୁ ଉଠି ଅନ୍ୟତ୍ର ଚାଲିଯାଉଛନ୍ତି ।

 

View this post on Instagram

 

A post shared by Tube indian ??? (@tube.indian)

ଆଉ ଶେଷରେ ଯୁବକଟି ସିଟ୍ ପାଇବାରେ ସଫଳ ହେଉଛି ଏବଂ ସିଟ୍ ରେ ବସି ପୁଣିଥରେ ଥରିବାକୁ ଆରମ୍ଭ କରୁଛି । ଯାହାକୁ ଦେଖିବାକୁ ଯାତ୍ରା କରୁଥିବା ଲୋକମାନେ ଭିଡ କରିଛନ୍ତି । ତେବେ ଏହି ଭିଡିଓଟି ମଜାଦାର୍ ଥିବା ବେଳେ ଚକିତ ମଧ୍ୟ କରୁଛି ।

Get real time updates directly on you device, subscribe now.