fbpx

ଚାଲିଛି ଟ୍ରେଣ୍ଡ୍ #BoycottKareenaKhan; ଜାଣନ୍ତୁ କାହିଁକି…

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ସୀତା ହେବାକୁ ମାଗୁଛନ୍ତି ୧୨ କୋଟି! ଏମିତି ଏକ ଖବର ଆସିବା ପରେ ଲୋକେ କହୁଛନ୍ତି ତୁମେ ଯୋଗ୍ୟ ନୁହଁ। ଏଥିସହ ଅଭିନେତ୍ରୀଙ୍କୁ ଟ୍ରୋଲ୍‌ କରାଯାଉଛି। ସେ ହେଉଛନ୍ତି କପୁର ବଂଶର କରୀନା।

ସିନେ ଜଗତର ଅନ୍ୟତମ ନାମକରା ଅଭିନେତ୍ରୀ କରୀନା କପୁର ଓରଫ୍‌ କରୀନା କପୁର ଖାନ୍‌ଙ୍କୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଝଡ଼। ପୌରାଣିକ ଭିତ୍ତିରେ ଏକ ଚଳଚ୍ଚିତ୍ର ‘ସୀତାରେ କୁଆଡ଼େ କରୀନା ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି କୁହାଯାଉଛି। ବାସ୍‌, ଏହି ଖବର ପରେ ପରେ ସାଧାରଣରେ ଦେଖାଦେଇଛି ବିରୋଧାଭାଷ। ସୋସିଆଲ୍‌ ମିଡିଆରେ କରୀନା ଏହି ଚରିତ୍ର ପାଇଁ ଯୋଗ୍ୟ ନୁହନ୍ତି ବୋଲି ଚାଲିଛି ଟ୍ରେଣ୍ଡ୍‌  #BoycottKareenaKhan …

ନିକଟ ଅତୀତରେ ଖବର ଜଣାପଡ଼ିଥିଲା ଯେ ‘ସୀତା’ ରୋଲ୍‌ କରିବେ କରୀନା।   ଏଥିପାଇଁ ସେ ୧୨ କୋଟି ଡିମାଣ୍ଡ କରିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ କରୀନା ସୀତା ଭଳି ଚରିତ୍ର କରିପାରିବେନି ବୋଲି ସୋସିଆଲ୍‌ ମିଡିଆରେ ଖୁବ୍‌ ତାଙ୍କୁ ଟ୍ରୋଲ୍‌ କରାଯାଉଛି।

Kareena Hot #OdishaBhaskar

Get real time updates directly on you device, subscribe now.