fbpx

ଟିକା ଅଭାବ ସମ୍ପୂର୍ଣ୍ଣ ମିଛ! କେନ୍ଦ୍ର ସରକାର ଦେଇଛନ୍ତି ମୋଟ ୨୬ କୋଟି ଡୋଜ୍, ଏବେ ବି ସମସ୍ତ ରାଜ୍ୟରେ ବଳକା ଅଛି ୧.୫ କୋଟିରୁ ଅଧିକ ଡୋଜ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବିଭିନ୍ନ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରେ ଟିକାକରଣ ଚାଲିଛି । ତେବେ କେନ୍ଦ୍ର ସରକାର ଆବଶ୍ୟକ ମାତ୍ରାରେ ଟିକା ପ୍ରଦାନ କରିବାରେ ବିଫଳ, ତେଣୁ ଟିକାକରଣ ଆଗେଇ ପାରୁ ନାହିଁ ବୋଲି ବିଭିନ୍ନ ରାଜ୍ୟ ପକ୍ଷରୁ ଅଭିଯୋଗ ହୋଇଥିଲା । ତେବେ କୋଭିଡ୍-୧୯ ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା କିନ୍ତୁ କିଛି ଭିନ୍ନ ସନ୍ଦେଶ ଦେଉଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୨୬ କୋଟି ୬୪ ଲକ୍ଷ ୮୪ ହଜାର ୩୫୦ ଡୋଜରୁ ଅଧିକ ଟିକା ପ୍ରଦାନ କରିଛନ୍ତି । ଏଥିରୁ ଆଜି ସୁଦ୍ଧା ୨୫ କୋଟି ୧୨ ଲକ୍ଷ ୬୬ ହଜାର ୬୩୭ରୁ ଅଧିକ ଡୋଜ ଟିକା ବିନିଯୋଗ ହୋଇଛି । ଏବେ ବି ୧ କୋଟି ୫୩ ଲକ୍ଷ ୭୯ ହଜାର ୨୩୩ରୁ ଅଧିକ ଡୋଜ୍ ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ପାଖରେ ଟିକାକରଣ ପାଇଁ ରହିଛି । କେନ୍ଦ୍ର ସରକାରଙ୍କ ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏସଲ) ମଞ୍ଜୁରୀ ପ୍ରାପ୍ତ ଯେ କୌଣସି ନିର୍ମାତାଠାରୁ ୫୦ ପ୍ରତିଶତ ଟିକା କ୍ରୟ କରିବେ । ଏହା ପୂର୍ବ ଭଳି ପ୍ରତ୍ୟେକ ରାଜ୍ୟକୁ ମାଗଣାରେ ଯୋଗାଇ ଦିଆଯିବ । ଏହାଛଡ଼ା ୪ ଲକ୍ଷ ୪୮ ହଜାର ୭୬୦ ଡୋଜ ଟିକା ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.