fbpx
BSKY
BJD MC SKY
BJD MS SKY

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆଜି ରାତି ୯ଟାରେ ଦେଖନ୍ତୁ Sudhir Chaudhary on AajTak

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜତକରେ ଆସୁଛନ୍ତି ଜଣାଶୁଣା ଚେହେରା ତଥା ବିଶିଷ୍ଟ ସାମ୍ବାଦିକ ସୁଧୀର ଚୌଧରୀ । ଆଜି ରାତି ୯ଟାରେ ସୁଧୀର ନିଜର ନୂଆ ଶୋ’ ମାଧ୍ୟମରେ ଆଜତକ ସାଥିରେ ନିଜର ଯାତ୍ରା ଆରମ୍ଭ କରିବେ । ଏଥିସହିତ ସୁଧୀରଙ୍କ ଶୋ’ର ନାମ ଉପରୁ ମଧ୍ୟ ପରଦା ହଟିବ । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଲଗାତର ଚର୍ଚ୍ଚା ହେବାରେ ଲାଗିଛି ।

ଆଜତକରେ ସୁଧୀରଙ୍କ ନୂଆ ଶୋ’କୁ କେବଳ ସାଧାରଣ ଜନତା ଚାହିଁ ରହିଛନ୍ତି ତା’ ନୁହେଁ । ଦେଶର ବହୁ ବଡ଼ ବଡ଼ ସେଲିବ୍ରେଟିମାନେ ଏଥିରେ ସାମିଲ ରହିଛନ୍ତି । ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ସୁଧୀରଙ୍କ ଶୋ’କୁ ନେଇ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି । ଆଜତକରେ ନୂଆ ଯାତ୍ରା ପାଇଁ ଅକ୍ଷୟ ସୁଧୀରଙ୍କୁ ବଧାଇ ଜଣାଇଥିବା ଜଣାପଡ଼ିଛି ।

ତେବେ ସୁଧୀରଙ୍କର ନୂଆ ଶୋ’ର ନାମ କ’ଣ ରହିବ ତାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଦର୍ଶକଙ୍କ ପକ୍ଷରୁ ଲକ୍ଷ ଲକ୍ଷ ନାମ ପ୍ରକାଶ କରାଯାଇଥିଲା । ସେଥିମଧ୍ୟରୁ ଗୋଟିଏ ନାମ ଫାଇନାଲ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ଜୁନ ମାସ ୨୮ ତାରିଖରେ ସୁଧୀର ଜି ନ୍ୟୁଜର ସିଇଓ ଓ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର ୧୦ ଦିନ ପରେ ସୁଧୀର ଆଜତକ ଚାନେଲରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଅପଡେଟ୍ ଆସିଥିଲା ।

Get real time updates directly on you device, subscribe now.