fbpx

Aaj Takରେ ଜଏନ୍ କଲେ ସୁଧୀର ଚୌଧରୀ, Zee Newsରୁ ଦେଇଥିଲେ ଇସ୍ତଫା

ନୂଆଦିଲ୍ଲୀ: ଗତ ମାସରେ ଜି ନ୍ୟୁଜର ସିଇଓ ଏବଂ ମୁଖ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ସୁଧୀର ଚୌଧୁରୀ । ତେବେ ୧୦ ଦିନ ପରେ ସୁଧୀରଙ୍କୁ ନେଇ ଆସିଛି ନୂଆ ଅପଡେଟ୍ । ସୁଧୀର ଆଜ ତକ ନ୍ୟୁଜ୍ ଚ୍ୟାନେଲରେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଆଜ ତକରେ ସୁଧୀର କନସଲ୍ଟିଂ ଏଡିଟର ଭାବେ ଜଏନ୍ କରିଥିବା ଏକ ସୂତ୍ରରୁ ସୂଚନା ମିଳିଛି ।

ଆଜ ତକରେ ଜଏନ କରିବା ପରେ ସୁଧୀର ଏକ ଭିଡିଓ ଶେୟାର କରିଛନ୍ତି । ସେ କହିଛନ୍ତି, ସୋସିଆଲ ମିଡ଼ିଆରୁ ଜାଣିଲି ଆପଣମାନେ ମୋତେ ଓ ମୋ ଶୋ’କୁ ବହୁତ ମିସ୍ କରୁଥିଲେ । ମୁଁ ମଧ୍ୟ ଆପଣମାନଙ୍କୁ ବହୁତ ମିସ୍ କରୁଥିଲି । ପ୍ରତ୍ୟେକ ଦିନ ରାତି ୯ଟାରେ ଆପଣମାନଙ୍କ ସହିତ ମୋର ଯେଉଁ ସାକ୍ଷାତ ହେଉଥିଲା, ତାହା କିଛିଦିନ ଧରି ସମ୍ଭବ ହୋଇପାରି ନଥିଲା । ଏକ ନୂଆ ଯାତ୍ରା ଆରମ୍ଭ କରିବା ସମ୍ପର୍କରେ ମୁଁ ପୂର୍ବରୁ ଆପଣମାନଙ୍କୁ କଥା ଦେଇଥିଲି । ଏଣିକି ଆପଣମାନଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ମୁଁ ଆଜିଠାରୁ ଆଜ ତକରେ ଜଏନ କଲି । ପୂର୍ବରୁ ବର୍ଷ ବର୍ଷ ଧରି ମୁଁ ଆପଣମାନଙ୍କ ସହିତ ଯେପରି ଯୋଡ଼ି ହୋଇ ରହିଥିଲି, ଅନୁରୂପ ଭାବେ ବହୁତ ଶୀଘ୍ର ଆଜ ତକ ଶୋ’ ମାଧ୍ୟମରେ ମୁଁ ଆପଣଙ୍କ ନିକଟରେ ପହଞ୍ଚିବି ।

ସୁଧୀର ଆଜ ତକରେ ଯୋଗଦେବା ବିଷୟରେ ଇଣ୍ଡିଆ ଟୁଡେର ଜଣେ ସିନିୟର ଅଧିକାରୀ ସୂଚନା ଦେଇଛନ୍ତି । ୧୦ ବର୍ଷ କାର୍ଯ୍ୟ କରିବା ପରେ ଗତ ଜୁନ ୨୮ ତାରିଖରେ ସୁଧୀର ଜି ନ୍ୟୁଜରୁ ଇସ୍ତଫା ଦେଇଥିଲେ । ତେବେ ଏକ ସୂତ୍ର ମୁତାବକ, ଏସେଲ ଗ୍ରୁପ ଆଣ୍ଡ ଜି ମେଡ଼ିଆ ମେଣ୍ଟରର ଅଧ୍ୟକ୍ଷ ସୁବାଷ ଚନ୍ଦ୍ରା ଓ ସୁଧୀରଙ୍କ ମଧ୍ୟରେ ସବୁକିଛି ଠିକଠାକ ନଥିଲା । କମ୍ପାନୀର କାର୍ଯ୍ୟ ପରିଚାଳନାରେ ସୁଧୀର ଅସନ୍ତୁଷ୍ଟ ଥିଲେ ।

Get real time updates directly on you device, subscribe now.