fbpx

ବର୍ଷା-ଅନୁଭବ ପାରିବାରିକ ବିବାଦ, ସରିଲା ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ କୋର୍ଟରେ ବିଚାରଧୀନ ରହିଛି । ଦୁହେଁ ପରସ୍ପରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ କୋର୍ଟ ମାମଲା ବିଚାରଧୀନ ଥିବାରୁ ଉଭୟଙ୍କୁ ସୋସିଆଲ ମିଡିଆରେ କୌଣସି ମନ୍ତବ୍ୟ ନଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ସୋମବାର ମାମଲାର ଶୁଣାଣି ରହିଥିଲା । ଣୁଣାଣି ସମୟରେ କୋର୍ଟରେ ଉପସ୍ଥିତ ରହିଥିଲେ ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଆଜି ସୋମବାର ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବ ଏବଂ ତାଙ୍କୁ ଅନୁଭବଙ୍କ ଓକିଲ ଜେରା କରିବେ ।

ସୂଚନାଯୋଗ୍ୟ, ପୂର୍ବରୁ ଏହି ମାମଲାରେ କୋର୍ଟ ର୍ଷାଙ୍କ ଖର୍ଚ୍ଚ ବାବଦରେ ମାସକୁ ୩୦ ହଜାର ଟଙ୍କା ପ୍ରଦାନ ଦେଇ ଏସଡିଜେଏମ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ମଧ୍ୟ କୁହାଯାଇଥିଲା । ତେବେ ନିର୍ଦ୍ଦେଶ ମୁତାବକ ଅନୁଭବ ଗତ ମାସ ୩ ତାରିଖରେ ବର୍ଷାଙ୍କ ଆକାଉଣ୍ଟରେ ଉକ୍ତ ଅର୍ଥରାଶି ଡିପୋଜିଟ୍ କରିଥିଲେ । ମାତ୍ର ଗତ ମାସ ୨୧ ତାରିଖରେ ଏସଡିଜେଏମଙ୍କ ଉକ୍ତ ଶୁଣାଣି ଉପରେ ଅନ୍ତରୀଣ ରୋକ ଲାଗିଥିଲେ କଟକ ଜିଲ୍ଲା ଜଜ୍ କୋର୍ଟ ।

Get real time updates directly on you device, subscribe now.