fbpx

ପାରା ପାୱାରଲିଫ୍ଟିଂରେ ପଦକ ଜିତି ଇତିହାସ ରଚିଲେ ସୁଧୀର: ଭାରତକୁ ଦେଲେ ୬ଷ୍ଠ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ରେ ଭାରତର ସୁଧୀର ଇତିହାସ ରଚିଛନ୍ତି । ପାରା ପାୱାରଲିଫ୍ଟରେ ସେ ପ୍ରଥମ ଥର ପାଇଁ ଇଣ୍ଡିଆକୁ ଗୋଲ୍ଡ ଦେଇଛନ୍ତି । ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ନଥିଲା । ସୁଧୀର ୧୩୪.୫ ପଏଣ୍ଟ ସହ ଏକ ଗେମ୍ସ ରେକର୍ଡ ସ୍ଥାପନ କରିଥିଲେ । ପାରା ପାୱାରଲିଫ୍ଟରେ ସ୍ୱର୍ଣ୍ଣ ଜିତିଥିବା ଭାରତ ପାଇଁ ସୁଧୀର ପ୍ରଥମ ଆଥଲେଟ୍ ସାଜିଛନ୍ତି ।

ତେବେ ବର୍ମିଂହୋମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସପ୍ତମ ଦିନରେ ଭାରତକୁ ମିଳିଛି ୨ଟି ପଦକ । ହେଭିୱେଟ ପାରା ପାୱାରଲିଫ୍ଟିଂରେ ସୁଧୀରଙ୍କୁ ସ୍ୱର୍ଣ୍ଣ ତ ଲଙ୍ଗ ଜର୍ମ୍ପରେ ମୁରଲୀ ଶ୍ରୀଶଙ୍କର ଜିତିଛନ୍ତି ରୌପ୍ୟ ପଦକ । ଫାଇନାଲରେ ୮.୦୮ ମିଟର ଡେଇଁ ରୌପ୍ୟ ଜିତିଛନ୍ତି ଶ୍ରୀଶଙ୍କର । ଏଯାବତ୍ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ସହ ଭାରତକୁ ମିଳିଛି ୨୦ ପଦକ ।

ଉଲ୍ଲେଖଯୋଗ୍ୟ ଯେ, ଭାରତର ପାରା ପାୱାରଲିଫ୍ଟର ସୁଧୀର ୨୧୨ କିଲୋଗ୍ରାମ ଉଠାଇ ପୁରୁଷ ହେଭିୱେଟ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୭.୩୦ କିଲୋଗ୍ରାମର ସୁଧୀର, ୧୪ ଉଚ୍ଚତା ସହିତ ପ୍ରଥମ ପ୍ରୟାସରେ ୨୦୮ କିଲୋଗ୍ରାମ ଉଠାଇଥିଲେ । ଏହା ପରେ ସୁଧୀର ଦ୍ୱିତୀୟ ପ୍ରୟାସରେ ୧୨୧ କିଲୋଗ୍ରାମ ଉଠାଇଲେ । ଏଥିସହିତ ସୁଧୀର ୧୩୪.୫ ପଏଣ୍ଟ ସହ ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

୨୦୨୨ କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ଷଷ୍ଠ ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ମୀରବାଇ ଚାନୁ, ଜେରେମି ଲାଲରିନୁଙ୍ଗା, ଅଙ୍କିତା ଶୌଉଲି, ମହିଳା ଲନ୍ ବଲ୍ ଟିମ ଓ ଟେବୁଲ୍ ଟେନିସ୍ ପୁରୁଷ ଦଳ ସ୍ୱର୍ଣ୍ଣ ଜିତିଥିଲେ । ଏଥି ସହିତ, ଏହା ହେଉଛି ମୋଟ ୨୦ତମ ପଦକ ।

ସେହିପରି ପୁରୁଷ ଲଙ୍ଗ ଜମ୍ପରେ ଭାରତର ମୁରଲୀ ଶ୍ରୀଶଙ୍କର ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ଟ୍ରାକ ଓ ଫିଲ୍ଡରେ ରୌପ୍ୟ ପଦକ ଜିତିଥିଲେ । କମନୱେଲଥ ଗେମ୍ସରେ ଏହା ହେଉଛି ଭାରତର ୧୯ତମ ପଦକ । ପୁରୁଷ ଲଙ୍ଗ ଜମ୍ପ ଫାଇନାଲରେ ଶ୍ରୀଶଙ୍କର ୮.୦୮ ମିଟର ଶ୍ରେଷ୍ଠ ଜମ୍ପ ସହିତ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି । ଏହା ସହ ଶ୍ରୀଶଙ୍କର ଭାରତର ପ୍ରଥମ ପୁରୁଷ ଆଥଲେଟ୍ ହୋଇ କମନୱେଲଥ ଗେମ୍ସ ଇତିହାସରେ ଲଙ୍ଗ ଜମ୍ପ ଇଭେଣ୍ଟରେ ଭାରତ ପାଇଁ ପଦକ ଜିତିଛନ୍ତି ।

Get real time updates directly on you device, subscribe now.