fbpx

ହାଜତ ଭିତରେ ଆତ୍ମହତ୍ୟା ଘଟଣା: ଦୁଇ ପୋଲିସ୍ ସସପେଣ୍ଡ

ବ୍ରହ୍ମପୁର,୦୪/୦୫ : ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତର ଆତ୍ମହତ୍ୟା ଘଟଣାରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଆତ୍ମହତ୍ୟା ଘଟଣାରେ ଦୁଇ ପୋଲିସ୍ ଅଫିସର ସସପେଣ୍ଡ ହୋଇଛନ୍ତି । ଡିଆଇଜି ଏବଂ ଏସପି ଘଟଣା ସ୍ଥଳକୁ ଯାଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସେମାନେ ହେଲେ ଗୋଳନ୍ଥରା ଥାନା ଡିସିଓ ତଥା ପି.ସି ଆଚାର୍ଯ୍ୟ ଏବଂ କନେଷ୍ଟବଲ ସେଣ୍ଟ୍ରି ଡି.ପି ଜେନା । ଉଭୟଙ୍କୁ ସସ୍ପେଣ୍ଡ କରାଯିବା ସହିତ ଗୋଳନ୍ଥରା ଆଇଆଇସିଙ୍କୁ ବଦଳି କରିଛନ୍ତି ଏସପି । ବର୍ତ୍ତମାନ ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହାନ୍ତ ଗୋଳନ୍ଥରା ଆଇଆଇସି ହୋଇଛନ୍ତି । ଏବେ ଘଟଣାର ଛାନଭିନ୍ ପାଇଁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି । ଏହି ଟିମ୍ ଏବେ ହାଜତ ମୃତ୍ୟୁ ଘଟଣାର ପୁଙ୍ଖନୁପୁଙ୍ଖ ତଦନ୍ତ କରିବେ ।

Get real time updates directly on you device, subscribe now.