fbpx

ଆସନ୍ତାକାଲି ଠାରୁ ମୋ ବସ୍ ବନ୍ଦ

ଭୁବନେଶ୍ୱର,୦୪/୦୫ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ମୋ ବସ୍ ମଧ୍ୟ ସାମୟିକ ଭାବରେ ବନ୍ଦ ରହିବ ବୋଲି ଜଣାପଡିଛି । ଆସନ୍ତାକାଲି ଠାରୁ ଲକଡାଉନ୍ ଲାଗୁ ହେବାକୁ ଥିବା ବେଳେ ଏହାର ନିୟମିତ ଚଳାଚଳ ହେବ ନାହିଁ । ହେଲେ ରେଳ ଷ୍ଟେସନ୍ ରୁ କଟକ ଏବଂ ଖୋର୍ଦ୍ଧାକୁ ଯିବା ଆସିବା କରିବ । ଏୟାରପୋର୍ଟରୁ ରେଳ ଷ୍ଟେସନ୍କୁ ସଟଲ୍ ସର୍ଭିସ୍ ଉପଲବ୍ଧ ହେବ ମୋ ବସ୍ ବୋଲି କ୍ରୁଟ୍ ପକ୍ଷରୁ ସୁଚନା ମିଳିଛି ।

ସୁଚନାଯୋଗ୍ୟ, ଆସନ୍ତାକାଲି ଅର୍ଥାତ୍ ମେ ୫ ତାରିଖରୁ ସବୁ ରାଜ୍ୟରେ ଲକଡାଉନ୍ କରାଯିବ । ଏଥିରେ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପନିପରିବା କିଣିବା ପାଇଁ ଲୋକେ ଗାଡି ବ୍ୟବହାର ନ ଚାଲିକି ଯିବେ । ଏଥିସହିତ ତେଜରାତି, ରାସନ ଆଦି ଦୋକାନ ଖୋଲା ରହିବ । ସବୁ ସ୍ଥାନରେ କୋଭିଡ୍ କଟକଣା ମାନି ଲୋକେ ଜିନିଷ କିଣାକିଣି କରିବେ । ଏହି ସମୟରେ ମେଡିକାଲ ସେବା, ମାଲ୍ ପରିବହନ, ଟିକାକରଣ ଆଦି କାର୍ଯ୍ୟ ଚାଲୁ ରହିବ ବୋଲି ସୁଚନା ରହିଛି ।

Get real time updates directly on you device, subscribe now.