fbpx

ଗୋଟିଏ ପରିବାରର ୭ ଜଣଙ୍କ ଆତ୍ମହତ୍ୟା : ଆର୍ଥିକ ଅଭାବରୁ ଘଟିଲା ଏଭଳି ଘଟଣା

Advertisement

ସୁରାଟ : ଦୈନନ୍ଦିନ ଜୀବନରେ ଭିନ୍ନ ଭିନ୍ନ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଏଭଳି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଳନପୁରରେ ଦେଖିବାକୁ ମିଳୁଛି । କୁହାଯାଉଛି ଯେ, ଆର୍ଥିକ ଅଭାବର ଚିନ୍ତାରୁ ବାହାରି ନପାରି ଗୋଟିଏ ପରିବାରର ଏକାଥରକେ ୭ ଜଣ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ପାଲନପୁର ପାଟିୟା ଅଞ୍ଚଳର ସିଦ୍ଧେଶ୍ୱର ଆପାର୍ଟମେଣ୍ଟର ବାସିନ୍ଦା ମନୀଷ ସୌଳଙ୍କୀ ଏକ ବଡ଼ ଆସବାବ ପତ୍ର ବ୍ୟବସାୟୀ ସହ ଜଡିତ ଥିଲେ । ଗତକାଲି ଅର୍ଥାତ ଶୁକ୍ରବାର ଦିନ ଅଧରାତିରେ ପରିବାରର ଲୋକେ ସାମୂହିକ ଭାବେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାଟି ସ୍ଥାନୀୟ ବାସିନ୍ଧାଙ୍କ ମନରେ ଉତ୍ତେଜନା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ କହୁଛନ୍ତି ଯେ, ମୃତକ ପରିବାରର ଲୋକେ ବହୁତ ଦିନ ଧରି ଆର୍ଥିକ ଚିନ୍ତାରେ ରହୁଥିଲେ । କାରଣ ସେ ଏକ ଆସବାବପତ୍ର ବ୍ୟବସାୟୀ ସହ ଜଡିତ ଥିଲେ ଏବଂ ତାଙ୍କ ପାଖରେ ଏକ ବଡ଼ ଚୁକ୍ତିନାମା ରହିଥିଲା । ସେମାନଙ୍କ ଅନେକ ଟଙ୍କା ମଧ୍ୟ ଫସି ରହିଥିଲା । ଏହି କାରଣରୁ ମନୀଷ ପରିବାରର ୬ଜଣ ସଦସ୍ୟଙ୍କୁ ବିଷ ଦେଇ ନିଜେ ଫାସି ଦେଇଛନ୍ତି ।

ପଡୋଶୀ ମୃତ ଘଟଣା ଜାଣି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ ସମସ୍ତ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ପୋଲିସ କହିଛି ଯେ, ସମସ୍ତ ଯାଞ୍ଚ ସରିବା ପରେ ମୃତ୍ୟୁର ଠିକ କାରଣ ଜଣାପଡ଼ିବ ।

Get real time updates directly on you device, subscribe now.