fbpx

ଆଜିଠାରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: ଆଜିଠାରୁ ସୁକନ୍ୟା ସମୃଦ୍ଧି ଯୋଜନାରେ ୮ପ୍ରତିଶତ ବଦଳରେ ୮ଦଶମିକ ୨ପ୍ରତିଶତ ସୁଧ ମିଳିବ । ସେହିଭଳି ୩ବର୍ଷିୟା ମିଆଦି ଜମାରେ ୭ଦଶମିକ ୧/୦ପ୍ରତିଶତ ସୁଧ ମିଳିବ । ସେହିଭଳି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏକବର୍ଷରୁ ଅଧିକ ସମୟ ଧରି ନିଷ୍କ୍ରିୟ ରହିଥିବା ୟୁପିଆଇ ଆଇଡି୍‍ ଗୁଡିକୁ ଅଚଳ କରିଦିଆଯିବ । ଯାହା ଫଳରେ ଏହି ଆଇଡିଗୁଡିକୁ କେହି ଅପବ୍ୟବହାର କରିବେ ନାହିଁ । ସରକାରଙ୍କର ଆଉ ଏକ ନିଷ୍ପତି ଅନୁସାରେ ମୋବାଇଲ ସିମ୍‍ କାର୍ଡ କିଣିବାବେଳେ ଆଉ କାଗଜପତ୍ର ଦେବାକୁ ପଡିବ ନାହିଁ । କେବଳ ଡିଜିଟାଲ କେୱାଇସି ଜରିଆରେ ସିମ୍‍ କାର୍ଡ କିଣାଯାଇପାରିବ ।

ସୂଚନା ଥାଉ କି, ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୨୦୨୩-୨୪ ର ଚତୁର୍ଥ ତୈମାସିକ ପାଇଁ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ସମୀକ୍ଷା ଏବଂ ଘୋଷଣା କରିଛି। କ୍ଷୁଦ୍ର ସଞ୍ଚୟ ଯୋଜନା ମଧ୍ୟରେ କେବଳ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାରରେ ପରିବର୍ତ୍ତନ କରାଯାଇଛ। ବିଶେଷକରି ଝିଅମାନଙ୍କ ପାଇଁ ପ୍ରଯୁଜ୍ୟ କେନ୍ଦ୍ରସରକାରଙ୍କ ସୁକନ୍ୟା ଯୋଜନାର ସୁଧ ହାର ୮ ପ୍ରତିଶତରୁ ୮.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି।

ଏହାପୂର୍ବରୁ ମଧ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ସୁକନ୍ୟା ସମୃଦ୍ଧି ଯୋଜନାର ସୁଧ ହାର ୭.୬ ପ୍ରତିଶତରୁ ୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଅର୍ଥାତ୍‌ ଚଳିତ ଆର୍ଥିକ ବର୍ଷରେ ସରକାର ଏହି ଯୋଜନା ପାଇଁ ସୁଧ ହାରକୁ ୦.୬ ପ୍ରତିଶତ ବୃଦ୍ଧି କରିଛନ୍ତି। ତେବେ ଅନ୍ୟ କେତେକ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଅର୍ଥ ମନ୍ତ୍ରଣାଳୟର ସର୍କୁଲାର ଅନୁଯାୟୀ, ୨୦୨୪ ଜାନୁଆରୀ ୧ରୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ସଞ୍ଚୟ ଜମା ଉପରେ ୪ ପ୍ରତିଶତ ସୁଧ ଉପଲବ୍ଧ ହେବ। ୧ ବର୍ଷ ସମୟ ଜମା ଉପରେ ୬.୯ ପ୍ରତିଶତ ସୁଧ, ୨ ବର୍ଷ ସମୟ ଜମା ଉପରେ ୭ ପ୍ରତିଶତ ସୁଧ ଏବଂ ୫ ବର୍ଷ ସମୟ ଜମା ଉପରେ ୭.୫ ପ୍ରତିଶତ ସୁଧ ଉପଲବ୍ଧ ହେବ। ୫ ବର୍ଷର ବାରମ୍ବାର ଜମା ଉପରେ ୬.୭ ପ୍ରତିଶତ ସୁଧ ହାର ଅପରିବର୍ତ୍ତିତ ରହିବ।

Get real time updates directly on you device, subscribe now.