fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଭିଯୋଗ ଆଣିଲେ ମହାଠକ ସୁକେଶ, କହିଲେ ପିଲାଙ୍କ ପାଠ ପଢା ଟଙ୍କାରେ ମଧ୍ୟ ହୋଇଛି ଦୁର୍ନୀତି

AAKASH

ନୂଆଦିଲ୍ଲୀ: ଦିଲ୍ଲୀ ତିହାଡ ଜେଲରେ ଥିବା ୨୦୦ କୋଟି ଠକେଇ କରିଥିବା ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖି ଦ୍ୱାରା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପରେ ଏକ ଗଭୀର ଅଭିଯୋଗ ଆଣିଛନ୍ତି । ସେ ଚିଠିରେ ଲେଖିଛନ୍ତି ଆପଣ ମୋତେ କହୁଛନ୍ତି ମୁଁ ଠକ ହେଲେ ଆପଣ ହେଉଛନ୍ତି ମହାଠକ । ସୁକେଶ ଭିନ୍ନ ଭିନ୍ନ କଣ୍ଟାକ୍ଟ ଜରିଆରେ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଏକ ହଜାର କୋଟି ଟଙ୍କା କମିଶନ ନେଉଥିବାର ଅଭିଯୋଗ ଲଗାଇଛନ୍ତି । ଏହା ବ୍ୟତିତ ସେ ଅନ୍ୟ ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ, ମନୀଷ ସିସିଦିଆ ଏବଂ ସତୈନ୍ଦ୍ର ଜୈନ ଗରିବ ପିଲା ମାନଙ୍କ ପାଠ ପଢା ଟଙ୍କା ମଧ୍ୟ ଖାଇଛନ୍ତି ।

ସୂଚନା ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖର ବିଦ୍ୟାଳୟ ପିଲାମାନଙ୍କ ଷ୍ଟେଶନାରୀ ସ୍କାମ ଅଭିଯୋଗ ଲଗାଇ ଅରବିନ୍ଦ କେଜ୍ରିୱାଲଙ୍କୁ ଇସ୍ତଫା ଦାବି କରିଛନ୍ତି । ସେ ଦାବି କରିଛନ୍ତି ଯେ, ପିଲାମାନଙ୍କୁ ବଟିକା ବଣ୍ଟା ଯିବାକୁ ନେଇ ଚୁକ୍ତିନାମା କରାଯାଇଥିଲା । ତାର ଟେଣ୍ଡର ୨୦ ପ୍ରତିଶତ ଅଧିକ ଦେବା ଲୋଭରେ ସେମାନେ ଅନ୍ୟ କମ୍ପାନୀକୁ ଦେଇଥିଲେ । ବଟିକା ଗୁଡିକ ମୋ ଜରିଆରେ ଚାଇନିଜ କମ୍ପାନୀ ଠାରୁ କିଣାଯାଉଥିଲା । ହେଲେ ଦ୍ୱିତୀୟ କମ୍ପାନୀ ୨୦ ପ୍ରତିଶତ ଅଧିକ କମିଶନ ଦେବା ପାଇଁ ଲୋଭ ଦେଖାଇଲା ତ ସେତେବେଳେ କେଜ୍ରିୱାଲ ସରକାର ଏହି ଟେଣ୍ଡରକୁ ମୋତେ ନ ଦେଇ ଅନ୍ୟ କୌଣସି ବ୍ୟକ୍ତିକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୨୫ ମାର୍ଚ୍ଚ ୨୦୧୭ ମସିହାରେ କେଜ୍ରିୱାଲ, ସିସୋଦିଆ ଏବଂ ସତୈନ୍ଦ୍ର ଜୈନ ମୋ ଜନ୍ମଦିନ ଗୀତ ଗାଇ ଥିଲେ ଯେ, ୟୈ ଦୋସ୍ତୀ ହମ ନେହିଁ ତୋଡେଙ୍ଗେ, ହେଲେ ଟଙ୍କାର ଲୋଭ ପାଇଁ ନିଜର ପ୍ରତିଜ୍ଞା ସେ ଭୁଲିଗଲେ । ସୁକେଶ ଚିଠିରେ ଲେଖିଛନ୍ତି, ଅରବିନ୍ଦ କେଜ୍ରିୱାଲ ଇଡି ମୋତେ ଯେତେବେଳେ ହେପାଜତରେ ନେଇଥିଲା ସେତେବେଳେ ଶ୍ରୀଯୁକ୍ତ ଚତୁର୍ବେଦୀ ସତୈନ୍ଦ୍ର ଜୈନଙ୍କୁ ମୋରି କେସରେ ତାଙ୍କୁ ମଧ୍ୟ ସମନ ପଠାଯାଇଥିଲା । ସୁକେଶ ନିଜ ବୟାନରେ ସେମାନଙ୍କ ରାଜ ଖୋଲିବା ପରେ ଇଡି ଜୈନଙ୍କୁ ମନ୍ତ୍ରୀ ପଦବୀରୁ ବାହାର କରିଦେଇଥିଲେ । ଯାହାକି ସାଧାରଣ ଜନତା ନଅ ମାସ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନଥିଲେ ।

Get real time updates directly on you device, subscribe now.