fbpx

ସୁଖୁବିନ୍ଦର ସିଂହ ସୁଖୁ ହୋଇପାରନ୍ତି ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ, କଂଗ୍ରେସ୍ ହାଇକମାଣ୍ଡ ଦେଲେ ମଞ୍ଜୁରୀ!

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ କଂଗ୍ରେସ ବହୁମତ ହାସଲ କରିବା ପରେ କିଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ହାଇକମାଣ୍ଡ ହିମାଚଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁଖବିନ୍ଦର ସିଂହ ଶୁଖୁଙ୍କ ନାମରେ ମୋହର ମାରିଥିବା କୁହାଯାଉଛି । ତାଙ୍କ ନାମ ଘୋଷଣା ଆଜି ସନ୍ଧ୍ୟାରେ ହେବ ।

ଶୁକ୍ରବାର ସନ୍ଧ୍ୟାରେ ଦଳର ବରିଷ୍ଠ ନେତାମାନେ ରାଜ୍ୟ ଗୋଷ୍ଠୀର ନେତାଙ୍କ ସହ ବୈଠକ କରିଥିଲେ। ତେବେ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ରା ସିଂଙ୍କ ପତ୍ନୀ ପ୍ରତୀଭା ସିଂଙ୍କୁ ମୁଖ୍ୟମନ୍ତ୍ରୀ ପାଦ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତୀଭା ସିଂ ପଦବୀ ପାଇଁ ଦୌଡରୁ ବାଦ ପଡିଛନ୍ତି।

ରାଜ୍ୟରେ ବିଜୟ ପରେ ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତି ନେବାକୁ ଦଳର ହାଇକମାଣ୍ଡ କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଲା, ଭୁପେନ୍ଦ୍ର ସିଂ ହୁଡା ଏବଂ ଭୁପେଶ ବାଗେଲଙ୍କୁ ହିମାଚଳ ପ୍ରଦେଶକୁ ପଠାଯାଇଛି।

Get real time updates directly on you device, subscribe now.