fbpx

ସୁମିତ ରାତିରେ ଲୁଚି ଲୁଚି ଘରକୁ ଆସୁଛନ୍ତି, ଏହା ପଛର କାରଣ କ’ଣ, କାହିଁକି ଏପରି କରୁଛନ୍ତି ସୁମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଇତିମଧ୍ୟରେ ନୂଆ ମୋଡ଼ ନେଇଛି । ଗତ ୧୭ ତାରିଖରୁ ପୁଣି ଧାରଣାରେ ବସି ରହିଛନ୍ତି ତପସ୍ୱିନୀ । ତେବେ ଏହା ମଧ୍ୟରେ ସୁମିତଙ୍କୁ ନେଇ ତପସ୍ୱିନୀଙ୍କ ପକ୍ଷରୁ ଏକ ବଡ଼ ଅଭିଯୋଗ ଆସିଛି । ତପସ୍ୱିନୀ କହିଛନ୍ତି ଯେ, ରାତିରେ ସୁମିତ ଲୁଚି ଲୁଚି ନିଜ ଘରକୁ ଆସୁଛନ୍ତି । ସୁମିତ ରାତିରେ ତାଙ୍କ ଘରକୁ ଆସିଥିଲେ ଓ ପାଚେରୀ ଡେଇଁ ବାହାରକୁ ଚାଲିଯାଇଥିଲେ । ଯଦି ତାଙ୍କର ଦେହ ଖରାପ ଅଛି, ସେ କିପରି କାନ୍ଥ ଡେଇଁ ଚାଲିଗଲେ । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ମଧ୍ୟ କହିଥିଲେ ।

ଗତକାଲି ଆଡିସନାଲ ଏସପି, ଏସଡିପିଓଙ୍କ ସହିତ କିଛି ପୋଲିସ ଅଧିକାରୀ ତପସ୍ୱିନୀଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲେ । ସୁମିତ କେଉଁଠି ଅଛନ୍ତି ଓ କେଉଁଠାରେ ଚିକିତ୍ସିତ ହେଉଛନ୍ତି ବୋଲି ପୋଲିସ ସୁମିତଙ୍କ ବାପା ପ୍ରମୋଦଙ୍କୁ ପ୍ରଶ୍ନ କରିଥିଲା । ମାତ୍ର ପ୍ରମୋଦ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ସୁମିତ ଆସିକା ଚିନିଶିଳ୍ପ ଡାକ ବଙ୍ଗଳାରୁ ଫେରାର ହେବା ପରେ ୧୭ ତାରିଖ ଶୁଣାଣିର ପୂର୍ବଦିନ ଏକ ଅଡିଓ କ୍ଲିପ୍ ରିଲିଜ୍ କରିଥିଲେ । ଅଯଥାରେ ତପସ୍ୱିନୀ ତାଙ୍କୁ ବଦନାମ କରୁଥିବା ସେ ଅଡିଓ ମାଧ୍ୟମରେ କହିଥିଲେ । ୧୭ ତାରିଖ ଦିନ ଏସଡିଜେଏମ୍ କୋର୍ଟ ଏହି ମାମଲାର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ସେହିପରି ଅନ୍ୟପଟେ ଏସଡିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁମିତ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିଲେ । ତା’ର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.