fbpx
BSKY
BJD SHG SKY
BJD MC SKY

ଝିଅ ପାଇଁ କେତେ ଟଙ୍କା? ତପସ୍ୱିନୀଙ୍କ ବାପାଙ୍କୁ ଫୋନ୍ କରି ଟଙ୍କା ଅଫର କଲେ ସୁମିତଙ୍କ ସାଙ୍ଗ(ଭିଡ଼ିଓ)

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଦପସ୍ୱିନୀ ଦାଶ ସୁମିତ ସାହୁଙ୍କ ପାରିବାରିକ ବିବାଦ ଲାଗିରହିଛି । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୂତାର ଖିଅ ଲମ୍ବିବାରେ ଲାଗିଛି, କିନ୍ତୁ କୌଣସି ସମାଧାନ ବାହାରି ପାରୁନି । ନିଜ ନିଜ ଜିଦରେ ଅଟଳ ରହୁଛନ୍ତି ଉଭୟ ତପସ୍ୱିନୀ ଓ ସୁମିତ । ଏହାରି ମଧ୍ୟରେ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଡାକ୍ତର ସୁମିତଙ୍କ ଜଣେ ସାଙ୍ଗ ତପସ୍ୱିନୀଙ୍କ ବାପାଙ୍କୁ ଫୋନ୍ କରିଥିବା ଜଣାପଡିଛି ।

ଭାଇରାଲ ଅଡିଓରୁ ଜଣାପଡିଛୁ ଯେ, ସୁମିତଙ୍କ ସାଙ୍ଗ ଝଗଡ଼ା ରଫା ଦଫା କରିବାକୁ ତପସ୍ୱିନୀଙ୍କ ବାପାଙ୍କୁ ଟଙ୍କା ଅଫର କରିଥିଲେ । ଝଗଡ଼ା ଶେଷ କରିବାକୁ କ’ଣ ଦରକାର ବା କେତେ ଟଙ୍କା ନେଲେ ଏହାର ସମାଧାନ ହେବ ବୋଲି ସେ ପଚାରିଥିଲେ । ଅନ୍ୟପଟେ ତପସ୍ୱିନୀଙ୍କ ବାପା ଏଥିରେ ସୁମିତଙ୍କ ସାଙ୍ଗକୁ ତାଚ୍ଛଲ୍ୟ କରିଥିଲେ । କେତେ ଟଙ୍କା ନେଲେ ସୁମିତ ଝିଅକୁ ଗ୍ରହଣ କରିବେ ବୋଲି ତପସ୍ୱିନୀଙ୍କ ବାପା କହିଥିଲେ ।

ଏବେ ସୁମିତଙ୍କ ଘର ଲୋକେ ଆଉ ତପସ୍ୱିନୀଙ୍କୁ ଆପଣେଇବେନି ବୋଲି ତାଙ୍କ ସାଙ୍ଗ ରୋକଠୋକ୍ କହିଥିଲେ । ଏଥିରେ ଓଲଟା ପ୍ରଶ୍ନ ପଚାରିଥିଲେ ତପସ୍ୱିନୀଙ୍କ ବାପା । ଯେତେବେଳେ ସୁମିତ ତପସ୍ୱିନୀଙ୍କୁ ନେଇ ବିବାହ କରି ରଖିଥିଲେ, ସେବେ କ’ଣ ପରିବାରକୁ ପଚାରିଥିଲେ ବୋଲି ସୁମିତଙ୍କ ସାଙ୍ଗକୁ ପ୍ରଶ୍ନ କରିଥିଲେ ତପସ୍ୱିନୀଙ୍କ ବାପା ।

 

Get real time updates directly on you device, subscribe now.