fbpx

ଆସନ୍ତାକାଲିଠାରୁ ରାଜ୍ୟରେ ଗ୍ରୀଷ୍ମଛୁଟି ଘୋଷଣା କଲା ଉଚ୍ଚ ଶିକ୍ଷା ବିଭାଗ, ଜାଣନ୍ତୁ କେତେଦିନ

ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖରା ଛୁଟି ହେବ । ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରାଯାଇଛି । ଖରା ଛୁଟି ସମୟରେ ଅନଲାଇନ କ୍ଲାସ ଓ ପରୀକ୍ଷାକୁ ବାରଣ କରାଯାଇଛି । ଏନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ଅଧୀନରେ ଆସୁଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଏହି ସମୟ ମଧ୍ୟରେ ଛୁଟି ରହିବ । ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏନେଇ ଚିଠି ଲେଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.