fbpx

ଅଟୋରିକ୍ସା ଚାଳକ ମାନଙ୍କ ପାଇଁ କୋଭିଡ୍ ସହାୟତା ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ଦିଲ୍ଳୀରେ କରୋନା ଦିନକୁ ଦିନ ଭୟଙ୍କର ରୁପ ନେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି କୋଭିଡ୍ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି । କୋଭିଡ୍ ସମୟରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ସମସ୍ୟା ଦେଇ ଗତି କରୁଥିବା ଲୋକ ମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସେ ଆଜି ନିଷ୍ପତି ନେଇଛନ୍ତି । ଦିଲ୍ଲୀରେ ୭୨ ଲକ୍ଷ ରାସନକାର୍ଡଧାରୀ ରହିଛନ୍ତି । ସେମାନଙ୍କୁ ୧ ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦିଆଯିବ । ଏହି ପରିପ୍ରେକ୍ଷୀରେ ସେ ଟ୍ୟାକ୍ସି ଏବଂ ଅଟୋରିକ୍ସା ଚାଳକ ମାନଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି । ପ୍ରତି ଚାଳକଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ସେ ଘୋଷଣା କରିଛନ୍ତି । ଏହା ଦ୍ୱାରା ପ୍ରାୟ ଦେଢ଼ ଲକ୍ଷ ଅଟୋ ଚାଳଜ ଉପକୃତ ହେବେ ।

ସେ କହିଛନ୍ତି ଯେ, କୋଭିଡ୍ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଟୋ, ଟ୍ୟାକ୍ସି ଚାଳକ ମାନଙ୍କୁ ଏହି ସହାୟତା କିଛି ମାତ୍ରାରେ ଆଶ୍ୱସ୍ତି କରାଇବ । କାରଣ ଏହି ଲକଡାଉନ୍ ଦ୍ୱାରା ଗରିବ ଲୋକ ମାନେ ଅଧିକ ଅସୁବିଧା ଦେଇ ଗତି କରୁଛନ୍ତି । ସେମାନଙ୍କ ଠାରେ ଏବେ ଆର୍ଥିକ ସଙ୍କଟ ଦେଖାଦେଇଛି । ସୁଚନାଯୋଗ୍ୟ, ଏହା ପୁର୍ବରୁ ଦିଲ୍ଲୀରେ ଶ୍ରମିକ ମାନଙ୍କୁ ମଧ୍ୟ ୫ ହଜାର ଟଙ୍କା ସହାୟତା ଆକାରରେ ଦିଆଯାଇଥିଲା ।

Get real time updates directly on you device, subscribe now.