fbpx

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଘୋଷଣା କଲେ ଉତ୍ତରପ୍ରଦେଶ ସରକାର

ଲକ୍ଷ୍ନୌ ୦୪ । ୦୫ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ସରକାର ସାମ୍ବାଦିକ, ଜଜ ଏବଂ ସରକାରୀ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଏନେଇ ସେମାନଙ୍କୁ ପ୍ରାଥମିକତା ଆଧାରରେ କରୋନା ଟିକା ଦିଆଯିବ। ଟିକାକରଣ ପାଇଁ ଗୋଟିଏ ଗୋଟିଏ ଟିମ୍ ଯାଇ ଉକ୍ତ ସଂସ୍ଥା ଗୁଡିକରେ କରୋନା ଟିକା ଦେବେ।

ଉତ୍ତରପ୍ରଦେଶର ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ, ବାରାଣାସୀ, ଗୋରଖପୁର, ବରେଲି ଏବଂ ମେରଠରେ ଟିକାକରଣ କରାଯାଉଛି। ୧୮ ରୁ ୪୪ ବୟସ୍କଙ୍କ ପାଇଁ ଅଲଗା ବୁଥ୍ କରାଯିବ ସହ ୪୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ଟିକାକରଣ ଜାରି ରହିବ। । ସୂଚନା ଅନୁସାରେ , ଏପ୍ରିଲ୍ ୩୦ ସୁଦ୍ଧା ରାଜ୍ୟରେ ମୋଟ ଏକ କୋଟି ୨୩ ଲକ୍ଷ ୫୫ ହଜାର ୫୫୫ ଟିକା ଦିଆସରିଛି। ଏଥିରେ ଏକ କୋଟି ଏକ ଲକ୍ଷ ୨୬ ହଜାର ୭୯୮ ଟିକା ପ୍ରଥମ ଡୋଜ୍ ଏବଂ ୨୨ ଲକ୍ଷ ୨୮ ହଜାର ୭୫୭ ଦ୍ୱିତୀୟ ଡୋଜ୍ ସାମିଲ ରହିଛି।

Get real time updates directly on you device, subscribe now.