fbpx

ଓଭରବ୍ରିଜ୍ ତଳକୁ ଖସିପଡ଼ିଲା ମେଟ୍ରୋ ଟ୍ରେନ୍: ୨୦ ମୃତ, ୭୦ ଆହତ

ମେକ୍ସିକୋ ସିଟି, ୪ା୫: ମେକ୍ସିକୋରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ମେକ୍ସିକୋ ସିଟିରେ ଏକ ମେଟ୍ରୋ ଟ୍ରେନ ଓଭରବ୍ରିଜ ତଳକୁ ଖସିପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିବା ସହ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଟ୍ରେନଟି ବ୍ୟସ୍ତବହୁଳ ରାସ୍ତା ଉପରେ ଖସିପଡ଼ିଥିବାରୁ ଅଧିକାଂଶ କାର ଟ୍ରେନ ତଳେ ଚାପି ହୋଇ ରହିଛି । ସନ୍ଧ୍ୟା ବେଳେ ରାସ୍ତାରେ ଜନସମାଗମ ରହିଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣା ସମ୍ପର୍କରେ ସବିଶେଷ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି ।

Get real time updates directly on you device, subscribe now.