fbpx

୨୧ ଜୁନ୍ ବର୍ଷର ସବୁଠାରୁ ଲମ୍ବା ଦିନ, ପୃଥିବୀର ଶକ୍ତି କମୁଥିବାରୁ ଆଗକୁ ଗୋଟିଏ ଦିନ ୨୪ ନୁହେଁ ହେବ ୨୫ ଘଣ୍ଟା

Advertisement

ନୂଆଦିଲ୍ଲୀ: ଆଜି ଭାରତ ଏହାର ଗ୍ରୀଷ୍ମ ସଂକ୍ରାନ୍ତି ମନାଉଛି । ଇଂରାଜୀରେ ଏହାକୁ ସମର ସୋଲାଷ୍ଟିକ୍ ଡେ’ କୁହାଯାଏ । ଅର୍ଥାତ୍ ୨୧ ଜୁନ୍ ବର୍ଷ ୨୦୨୩ର ସବୁଠାରୁ ଲମ୍ବା ଦିନ । ଦିଲ୍ଲୀ ତଥା ଉତ୍ତର ଭାରତରେ ଆଜିର ଦିନରେ ସୂର୍ଯ୍ୟ ଶୀଘ୍ର ଉଦୟ ହୋଇଥାନ୍ତି ଓ ବିଳମ୍ବରେ ଅସ୍ତ ଯାଇଥାନ୍ତି । ଏଠାରେ ଆଜି ଦିନ ୧୨ ପରିବର୍ତ୍ତେ ୧୪ ଘଣ୍ଟା ହୋଇଥାଏ ।

ସାଧାରଣ ଦିନ ମାନଙ୍କରେ ଦିନ ଓ ରାତି ସମାନ ସମାନ ଅର୍ଥାତ୍ ୧୨-୧୨ ଘଣ୍ଟା ହୋଇଥାଏ । ୨୧ ଡିସେମ୍ବର ପରେ ରାତି ଛୋଟ ହୋଇଥାଏ ଓ ଦିନ ବଡ । କିନ୍ତୁ ୨୧ ଜୁନ୍ ରେ ଦିନ ସବୁଠାରୁ ବଡ ହୋଇଥାଏ । ଏହା ପରେ ଦିନର ସମୟ କମ୍ ହେବାରେ ଲାଗିଥାଏ ଓ ରାତି ଧୀରେ ଧୀରେ ବଢିଥାଏ । ଦିଲ୍ଲୀରେ ୨୧ ଜୁନ୍ ୨୦୨୩ ଦିନ ୧୩ ଘଣ୍ଟା ୫୮ ମିନିଟ୍ ହୋଇଥାଏ । ଦିଲ୍ଲୀ ଓ ଉତ୍ତରଭାରତରେ ଏହି ଦିନ ସୂର୍ଯ୍ୟୋଦୟ ୫ଟା ୨୩ ମିନିଟ୍ ଓ ସୂର୍ଯ୍ୟାସ୍ତ ୭ଟା ୨୧ ମିନିଟ୍ରେ ହୋଇଥାଏ । ତେବେ ୨୧ ଜୁନ୍ରେ ଦିନ ସେହି ଅଞ୍ଚଳ ଲୋକଙ୍କ ଲାଗି ବଡ ହୋଇତାଏ ଯେଉଁମାନେ ଭୂମଧ୍ୟରେଖା ଅର୍ଥାତ୍ ଇକ୍ୱେଟରର ଉତ୍ତର ଦିଗରେ ରହିଥାନ୍ତି । ଏଥିରେ ରୁଷ, ଉତ୍ତର ଆମେରିକା, ୟୁରୋପ, ଏସିଆ, ଆଫ୍ରିକାର ଅଧା ଅଞ୍ଚଳ ଆସୁଅଛି । ଟେକନିକ୍ ରୂପରେ ଦେଖିଲେ ଏହା ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟଙ୍କ କିରଣ ସିଧା କର୍କଟ ରେଖା/ଟ୍ରପିକ୍ ଅଫ୍ କ୍ୟାନସର ଉପରେ ପଡିଥାଏ । ଏହି ଦିନ ସୂର୍ଯ୍ୟଙ୍କ ଠାରୁ ପୃଥିବୀର ଏହି ଅଂଶକୁ ମିଳିଥିବା ଶକ୍ତିି ୩୦ ପ୍ରତିଶତ ଅଧିକ ହୋଇଥାଏ ।

ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଥିବାର ଆମେ ଜାଣୁ । ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅଂଶକୁ ସିଧା କିରଣର ସାମ୍ନା କରିବାକୁ ପଡିଥାଏ । ଫଳରେ ଏଠାରେ ଦିନ ବଡ ହୋଇଥାଏ । ବାକି ଦିନ ଦକ୍ଷିଣ ଗୋଲାର୍ଦ୍ଧ ଉପରେ ସୂର୍ଯ୍ୟଙ୍କ କିରଣ ସିଧା ପଡିଥାଏ । ପୃଥିବୀର ଏହିପରି ଘୂର୍ଣ୍ଣନ କାରଣରୁ ଆମକୁ କେତେବେଳେ ଗରମ ପୁଣି କେତେବେଳେ ଥଣ୍ଡା ଅନୁଭୂତ ହୋଇଥାଏ । ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଅଧିକ ସୂର୍ଯ୍ୟଙ୍କ କିରଣ ୨୦,୨୧,୨୨ ଜୁନ୍ ରେ ପଡିଥାଏ । ଅର୍ଥାତ୍ ଏହି ସମୟରେ ଆମେ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥାଉ । ପଶ୍ଚିିମରେ ବହୁ ସ୍ଥାନରେ ଏହାକୁ ଗ୍ରୀଷ୍ମକାଳୀନ ସଂକ୍ରାନ୍ତି ବି କୁହାଯାଏ । ଅନ୍ୟପକ୍ଷରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହିଦିନ ୨୧,୨୨,୨୩ ଡିସେମ୍ବରରେ ଆସିଥାଏ ।

ଏବେ ପୃଥିବୀର ଶକ୍ତି କମ୍ ହେଉଥିବା କାରଣରୁ ଏହାର ଘୂର୍ଣ୍ଣନ ଗତି ଧୀମା ହେବାରେ ଲାଗିଛି । ଫଳରେ ଦିନ ଲମ୍ବା ହେବାରେ ଲାଗିଛି । ପ୍ରତି ୧୦୦ ବର୍ଷରେ ଦିନ ୩ ସେକେଣ୍ଡେ ବଢିଯାଉଛି । ଏହା ଶୁଣିବାକୁ ବହୁତ କମ୍ ଲାଗୁଛି ସତ କିନ୍ତୁ ୧ କୋଟି ବର୍ଷ ପରେ ଆମର ଏକ ଦିନ ଏକ ଘଣ୍ଟା ବଢିଯିବ ଅର୍ଥାତ୍ ୨୪ ସ୍ଥାନରେ ଏହା ୨୫ ଘଣ୍ଟା ହୋଇଯିବ ।

Get real time updates directly on you device, subscribe now.