fbpx

ସମ୍ ଅଲ୍ଟିମେଟ ମେଡ଼ିକେୟାର ଉଦଘାଟିତ

ଭୁବନେଶ୍ୱର, ୨୯ା୨(ଓଡ଼ିଶା ଭାସ୍କର): ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତି ରହିଥିଲେ । ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ରୋଗୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବ । ଏହାସହ ରୋଗୀଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ଏହି ଉଦ୍ୟମ କରାଯାଇଥିବା ସୂଚନା ରହିଛି ।

ସମ ଅଲଟିମେଟ ମେଡ଼ିକେୟାର ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଏହା ସର୍ବୋଚ୍ଚ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବ । ମୁଁ ଆଶା କରୁଛି ଓଡ଼ିଶାବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସୁବିଧା ମିଳିବ ।
ସେହି ଉଦଘାଟନୀ ସମାରୋହରେ ଅମିତ ଶାହା କହିଛନ୍ତି ଯେ କଲେଜ ଓ ହସ୍ପିଟାଲ ରୋଗୀ ସେବା ପାଇଁ ଯଥେଷ୍ଟ ନୁହେଁ । ଏହି କ୍ଷେତ୍ରରେ ଘରୋଇ ଉଦ୍ୟୋଗମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ ଅଲଟିମେଟ ମେଡ଼ିକେୟାର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବ । ଯାହାଫଳରେ ଓଡ଼ିଶା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ମଧ୍ୟ ମିଳିବ ।

Get real time updates directly on you device, subscribe now.