fbpx

ସୂର୍ଯ୍ୟଙ୍କ ଚାରିପାଖେ ଦେଖାଦେଲା ଇନ୍ଦ୍ରଧନୁ ବଳୟ

Advertisement

ଭୁବନେଶ୍ୱର, ୧୦ା୫: ରାଜ୍ୟର ଅନେକ ସ୍ଥାନରେ ଆଜି ସୂର୍ଯ୍ୟଙ୍କ ଚାରିପାଖରେ ଇନ୍ଦ୍ରଧନୁ ରଙ୍ଗ ଥିବା ଏକ ବଳୟ ଦେଖିବାକୁ ମିଳିଥିଲା । ଦିନ ପ୍ରାୟ ୧୦ଟା ସମୟରେ ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିୀତ ଏପରି ଏକ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିତ ଏକ ଅସାଧାରଣ ଦୃଶ୍ୟ । ଏପରି ଏକ ବଳୟ ଅନେକ ସମୟରେ ଦେଖାଦେଇଥାଏ । ଅନେକ ସମୟରେ ଚନ୍ଦ୍ରଙ୍କ ଚାରିପାଖରେ ମଧ୍ୟ ଏପରି ବଳୟ ଦେଖାଦିଏ । ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିପାଖରେ ଏକ ବଳୟ ଦେଖାଗଲେ ପରବର୍ତ୍ତି ସମୟରେ ବର୍ଷା ହେବାର ସମ୍ଭାବନା ଦେଖାଦେଇଥାଏ । ସାଧାରଣତଃ ବାୟୁମଣ୍ଡଳରେ ଥିବା ମେଘ ପତଳା ହୋଇ ଖୁବ୍ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ଏହା ତଳକୁ ଆସି ବର୍ଷା କରିଥାଏ । ତେଣୁ ଏହି ବଳୟ ଦେଖାଦେଲେ ପରବର୍ତ୍ତି ସମୟରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି ହୁଏ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.