fbpx

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର, ୧୦ ।୫(ଓଡିଶା ଭାସ୍କର ): ଲକ୍ -ଡାଉନ ସମୟରେ ବି ପିଶାଚଙ୍କ ଆକ୍ରୋଶରୁ ବର୍ତ୍ତି ପାରିନାହାଁନ୍ତି ଦିବ୍ୟାଙ୍ଗ ଯୁବତୀ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ପୁଡାନାଳି ଗ୍ରାମରେ । ଅଭିେୁର ଜିଲ୍ଲା ନାକ୍ଟିଦେଉଳ ଥାନା ଅନ୍ତର୍ଗତ ପୁଡାନାଳି ଗ୍ରାମରେ । ଅଭିଯୋଗ ମୁତାବକ ରଶ୍ମିତା ମାଝି (ଛଦ୍ମ ନାମ) (୨୭ ବର୍ଷୀୟା) ଜଣେ ମୁକ ଓ ବଧିର ଦିବ୍ୟାଙ୍ଗ ଯୁବତୀ । ଗତ ୮ ତାରିଖ ସକାଳ ପ୍ରାୟ ୯ଟା ବେଳେ ସେ ସେହି ଗ୍ରାମର ତାଙ୍କ ସମ୍ପର୍କୀୟ ଘରକୁ ବୁଲିବାକୁ ଯାଇଥିଲେ । ଦିବ୍ୟାଙ୍ଗ ହୋଇଥିବାରୁ ଓ କଥା କହିପାରୁ ନଥିବାରୁ ଏହାର ସୁୋଗ ନେଇ ସେହି ଗ୍ରାମର ବୈରାଗୀ ମାଝି ଓରଫ୍ ବାବୁଲି ନାମକ ଜଣେ ବ୍ୟକ୍ତି ଘର ଭିତରକୁ ଯାଇ ଦିବ୍ୟାଙ୍ଗ ଯୁବତୀ ଜଣଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ଦୀର୍ଘ ସମୟ ଧରି ରଶ୍ମିତା ନଫେରିବାରୁ ତାଙ୍କ ଭାଇ ଖୋଜାଖୋଜି କରିବା ପରେ ରଶ୍ମିତାଙ୍କୁ ତାଙ୍କ ସମ୍ପର୍କୀୟ ଖୁଡିଙ୍କ ଘରେ ବୈରାଗୀ ସହ ଝରକା ଫାଙ୍କରେ ଦେଖିବା ପରେ ଘରକୁ ଫେରିଆସି ବାପା । ଦୀନବନ୍ଧୁ ମାଝିଙ୍କୁ ସବୁ କଥା କହିଥିଲେ । ଏହାରେ ରଶ୍ମିତାଙ୍କ ଘରଲୋକ ଘଟଣା ସ୍ଥଳକୁ ଯାଇ କବାଟ ବାଡେଇ ଥିଲେ ହେଁ ବୈରାଗୀ ଘର କବାଟ ଖୋଲିନଥିଲା । କିଛି ସମୟ ପରେ ରଶ୍ମିତାଙ୍କୁ ଝରକା ପଟେ ବାହାରକୁ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଲାଜରେ ରଶ୍ମିତା ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ । ଘରଲୋକ ଜଙ୍ଗଲରେ ରଶ୍ମିତାଙ୍କୁ ରାତିସାରା ଖୋଜିଥିଲେ ମଧ୍ୟ ପାଇନଥିଲେ । ମାତ୍ର ସେହି ଗାଁର ଧବଳ ନାୟକ ଜଙ୍ଗଲରୁ ଫେରୁଥିବା ସମୟରେ ରଶ୍ମିତାଙ୍କୁ ଉଦ୍ଧାର କରି ଘରକୁ ଆଣିବା ପରେ ୯ ତାରିଖ ଦିନ ଏ ସଂପର୍କରେ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାକଟି ଦେଉଳ ଥାନା କେଶ୍ ନଂ ୭୦/୨୦୨୦ରେ ମାମଲା ରୁଜୁ କରାଯାଇଛି । ଭାରତୀୟ ପିଙ୍ଗଳ କୋଡ଼ର ଦଫା ୩୭୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ବୈରାଗୀର ପୋଲିସ ଟେର୍ ପାଉନଥିବାବେଳେ ଘଟଣାକୁ ଅନେକ ସମୟ ବିତିସାରିଛି । ତେବେ ଦୋଷୀକୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଆଇଆଇସି ସ୍ମାଇଲ ଏକ୍କା କହିଛନ୍ତି ।

Get real time updates directly on you device, subscribe now.