ଧ୍ୱଂସ ହେବ ଉପଗ୍ରହ, ରାତିର ଆକାଶ ହୋଇଯିବ ରଙ୍ଗୀନ୍ …. ସୂର୍ଯ୍ୟରେ ଦେଖାଯିବ ବିରାଟ ପରିବର୍ତ୍ତନ! ଜାଣନ୍ତୁ କେବେ ଘଟିବ ବିନାଶ

ନୂଆଦିଲ୍ଲୀ: ସକଳ ଶକ୍ତିର ଆଧାର ସୂର୍ଯ୍ୟ । ନିକଯ ଭବିଷ୍ୟତରେ ସୌର ଜମତରେ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ପୃଥିବୀ ପାଇଁ ବିନାଶ ଆଣିପାରେ ବୋଲି ମଧ୍ୟ ବୈଜ୍ଞାନିକମାନେ ଚେତାବନୀ ଦେଇସାରିଲେଣି । ଆରମ୍ଭ ହୋଇଯାଇଛି ସୂର୍ଯ୍ୟର ସୋଲାର ମାକ୍ସିମମ । ଯାହା ୧୨ ବର୍ଷା ସୌର ଚକ୍ରରେ ସବୁଠାରୁ ପିସ୍ଫୋଟକ ସୋପାନ ବୋଲି କୁହାଯାଇପାରିବ । ସୂର୍ଯ୍ୟ ବ୍ୟାଟେଲ୍ ଜୋନକୁ ପ୍ରବେଶ କରିବାକୁ ଯାଉଛି । ଯାହାର ପ୍ରଭାବ ପୃଥିବୀ ଉପରେ ମଧ୍ୟ ପଡ଼ିବ । ପୃଥିବୀର ପରିକ୍ରମା କରୁଥିବା ଉପଗ୍ରହଗୁଡ଼ିକ ଧ୍ୱଂସ ହୋଇଯିବ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି । ସୂର୍ଯ୍ୟଙ୍କ ୧୧ ବର୍ଷୀୟା ସୌର ଚକ୍ରରେ ସୂର୍ଯ୍ୟଙ୍କଠାରେ ସନ୍ ସ୍ପଟ୍ ନଜର ଆସେ । ସୂର୍ଯ୍ୟର ପୃଷ୍ଠ ଭାଗରେ ଦେଖାଯାଉଥିବା କଳା ଦାଗଗୁଡ଼ିକ ହିଁ ସନ୍ ସ୍ପଟ୍ । ଏହା ଜରିଆରେ ସୂର୍ଯ୍ୟରେ ଶକ୍ତିଶାଳୀ ଫ୍ଲେୟର୍ସ ଫାଟେ । ଯେଉଁଥିରୁ ଦ୍ରୁତ ଭୂଚୁମ୍ବକୀୟ ଝଡ଼ ସୃଷ୍ଟି ହୁଏ । ରାତିରେ ଆକାଶରେ ରଙ୍ଗିନ ଆଲୋକ ଦେଖାଯାଏ ।

ବ୍ୟାଟେଲ୍ ଜୋନ୍ ଲିଙ୍କର ସ୍ପେସ୍ ଦ୍ୱାରା ନାମକରଣ କରାଯାଇଛି । ଯେତେବେଳେ ହେଲ ଚକ୍ର ସୂର୍ଯ୍ୟଙ୍କ ପ୍ରତ୍ୟେକ ଗୋଲର୍ଦ୍ଧ ଆଡକୁ ଆଗ୍ରଗତି କରେ । ଦୁଇ ଚକ୍ର ମଧ୍ୟରେ ଦେଖାଯାଉ ଥିବା ପ୍ରତିଯୋଗୀତାମୂଳକ ସ୍ଥିତିକୁ ହିଁ ବ୍ୟାଟେଲ୍ ଜୋନ କୁହାଯାଏ । ଏହାଦ୍ୱାରା ସୂର୍ଯ୍ୟ ପୃଷ୍ଠରେ ମଧ୍ୟ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିବ । ବୈଜ୍ଞାନିକଙ୍କ ମତରେ ପୃଥିବୀଉପରେ ସୂର୍ଯ୍ୟଙ୍କ ତିକ୍ଷଣ କିରଣ ପଡ଼ିବ, ଯାହାକୁ ସହ୍ୟ କରିବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡ଼ିବ । ବୈଜ୍ଞାନିକମାନେ ସୂର୍ଯ୍ୟର ଗତିବିଧି ଉପରେ ନଜର ରଖିବା ସହ ବ୍ୟାଟେଲ୍ ଜୋନ୍ ସଂକ୍ରାନ୍ତୀୟ ଅଧ୍ୟୟନ ଜାରି ରଖିଛନ୍ତି ।