fbpx

ରାଶି ପରିବର୍ତ୍ତନ କରିବେ ଗ୍ରହର ରାଜା ସୂର୍ଯ୍ୟନାରାୟଣ: ଏହି ରାଶିମାନଙ୍କର ଫିଟିବ ଭାଗ୍ୟ

ଆସନ୍ତା ୧୭ ତାରିଖରେ ନିଜ ଘର ଅର୍ଥାତ ସିଂହ ରାଶିକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଗ୍ରହମାନଙ୍କର ରାଜା ସୂର୍ଯ୍ୟ ନାରାୟଣ । ଘରକୁ ପ୍ରତ୍ୟାବର୍ତ୍ତନ କରିବା କ୍ଷଣି ଗ୍ରହ ଏବଂ ଗୃହ ଉଭୟ ମଜବୁତ ସ୍ଥିତିକୁ ପହଞ୍ଚିବେ । ସୂର୍ଯ୍ୟଙ୍କର ସିଂହ ରାଶିରେ ପ୍ରବେଶ କରିବା ଦ୍ୱାରା ସିଂହ ରାଶିରେ ସୂର୍ଯ୍ୟଙ୍କ ନକ୍ଷତ୍ର ଉତ୍ତରା ଫାଲ୍ଗୁନି ମଧ୍ୟ ପଡିବ । ଏହାଦ୍ୱାରା ସୂର୍ଯ୍ୟଙ୍କୁ ନିଜ ଘରକୁ ଆସିବା ଆହୁରି ମହତ୍ତ୍ୱପୂର୍ଣ୍ଣ ହେବ । ଅନ୍ୟ ପକ୍ଷରେ ଗ୍ରହର ରାଜାଙ୍କୁ ସ୍ୱାଗତ କରିବା ପାଇଁ ସିଂହ ରାଶିରେ ପୂର୍ବରୁ ବୁଧ ଦେବ ଉପସ୍ଥିତ ରହିଛନ୍ତି । ତେବେ ଆସନ୍ତୁ ଜାଣିବା ସିଂହ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ପରେ କେଉଁ ରାଶିରେ କେଉଁ ପ୍ରକାର ପ୍ରଭାବ ପଡିବ ।

ମେଷ: ଯୁବବର୍ଗଙ୍କୁ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଅନୁକୂଳ ପରିଣାମ ମିଳିବ । ତେଣୁ ପରିଶ୍ରମ କରି ପାଠପଢିବା ସହ ସମସ୍ତ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୁଅନ୍ତୁ । ବ୍ୟବସାୟୀମାନଙ୍କୁ ଏହି ପରିବର୍ତ୍ତନର ଭରପୂର ଫାଇଦା ମିଳିପାରିବ । ତେବେ ବ୍ୟବସାୟ ବୃଦ୍ଧି କରିବା ପାଇଁ ଏହା ଖୁବ ଅନୁକୂଳ ସମୟ ହେବ । ତେବେ ଗର୍ଭବତୀ ମହିଳାମାନଙ୍କୁ ଏହି ସମୟରେ ନିଜର ଧ୍ୟାନ ରଖିବାକୁ ପଡିବ । ନଚେତ ଶିଶୁପାଇଁ ଏହା ଖରାପ ପ୍ରଭାବ ପକାଇପାରେ ।

ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କୁ ସାମାନ୍ୟ ମାନସିକ ଦୁଶ୍ଚିନ୍ତା ରହିବ । ଏହାସହିତ ନିଜ ଶରୀରର ଧ୍ୟାନ ରଖନ୍ତୁ, ନଚେତ ଶାରୀରିକ କ୍ଷେତ୍ରରେ ଅସୁସ୍ଥ ହୋଇପାରନ୍ତି । ଘରେ ସାଧାରଣ କଥାକୁ ଆଭଏଡ କରନ୍ତୁ, ଯାହାଫଳରେ ଘରୋଇ ଝଗଡାରୁ ଦୂରେଇ ରହିପାରିବେ । ଜୀବନସାଥୀଙ୍କୁ ପ୍ରସନ୍ନ ରଖିବା ପାଇଁ ପ୍ରୟାସ କରନ୍ତୁ ।

ମିଥୁନ: ରୋଗରୁ ମୁକ୍ତି ମିଳିବା ସହିତ ସୁଖ, ସମୃଦ୍ଧି ଏବଂ ଶୁଭଫଳ ପ୍ରାପ୍ତି ହେବ । ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିପାରିବେ । ପୁତ୍ର ତଥା ମିତ୍ରମାନଙ୍କ ପାଖରୁ ଧନଲାଭର ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ବିଶେଷମାନଙ୍କୁ ଧନ ଲାଭ ସହ ମାନମର୍ଯ୍ୟାଦା ଏବଂ ପ୍ରତିଷ୍ଠା ମିଳିବ ।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କୁ ଏକ ଆତ୍ମଚିନ୍ତନର ପ୍ରେରଣା ତଥା ସାବଧାନ କରାଇବା ପାଇଁ ସୂର୍ଯ୍ୟ ଦେବଙ୍କ ପରିବର୍ତ୍ତନ ଘଟିଛି । ନିଜ ସ୍ୱଭାବ, ଚିନ୍ତା ଏବଂ ବ୍ୟସାୟ ସମସ୍ତ ସ୍ଥାନରେ ଆଲର୍ଟ ରହିବା ଆବଶ୍ୟକ । ଯେକୌଣସି ଲୋକଙ୍କ ସହ ଭେଟ କରିବା ପାଇଁ ବ୍ୟଗ୍ର ହୁଅନ୍ତୁ ନାହିଁ । ନିଜ ସ୍ୱଭାବରେ ପରିବର୍ତ୍ତନ ଆଣନ୍ତୁ ।

ସିଂହ: ଏହି ରାଶିର ଲୋକମାନଙ୍କର ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ତେବେ ଚାକିରି କ୍ଷେତ୍ରରେ ବିପରୀତ ପରିସ୍ତିତି ହେଲେ ସୁଦ୍ଧା ମାଲିକଙ୍କ ସହ ଯୁକ୍ତି କରନ୍ତୁ ନାହିଁ । ଜୀବନସାଥୀ ଯଦି ନିଜ କ୍ୟାରିୟର ବନାଇବା ପାଇଁ ଇଚ୍ଛୁକ ଅଛନ୍ତି, ତେବେ ତାଙ୍କୁ ସହଯୋଗ କରନ୍ତୁ । ସରକାରୀ ଚାକିରି ସମ୍ବନ୍ଧୀୟ କୌଣସି ଶୁଭ ସମାଚାର ମିଳିପାରେ ।

କନ୍ୟା: ଏମାନଙ୍କୁ ଖୁବ ସାବଧାନତା ସହ କାମ କରିବାକୁ ପଡିବ । ସାମାନ୍ୟ ଢିଲାପଣ ଆପଣଙ୍କୁ କାର୍ଯ୍ୟ ଏବଂ ପଦବୀ ଉପରେ ପ୍ରଭାବ ପକାଇପାରେ । ଦୂରଯାତ୍ରା କରିପାରନ୍ତି, ଯାହାଦ୍ୱାରା ଆର୍ଥିକ ଖର୍ଚ୍ଚ ଏବଂ ବିଭିନ୍ନ ଅସୁବିଧାର ସାମନା କରିବାକୁ ପଡିପାରେ । ଶରୀରର ଯତ୍ନ ନିଅନ୍ତୁ ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ପଦ, ପ୍ରତିଷ୍ଠା ଇତ୍ୟାଦିକୁ ନେଇ ଆସିଛନ୍ତି ସୂର୍ଯ୍ୟ ଦେବ । ସାହିତ୍ୟ ସହିତ ଯୋଡି ହୋଇ ରହିଥିବା ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ପୁରସ୍କାର ପ୍ରାପ୍ତି ହୋଇପାରେ । ବ୍ୟବସାୟୀଙ୍କ ବାଣିଜ୍ୟରେ ଲାଭ ହେବ ଏବଂ ଧନପ୍ରାପ୍ତିର ସମ୍ଭାବନା ରହିଛି । ତେବେ ପୈତୃକ କାରବାରରେ ଅଦିକ ଲାଭବାନ ହୋଇପାରନ୍ତି ।

ବିଛା: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟ ଧନ, ସ୍ୱଭାବ ଏବଂ ମିତ୍ରଙ୍କ ସୁଖ ପ୍ରାପ୍ତି ହେବ । ଉଚ୍ଚାଧିକାରୀଙ୍କ ସହମତି ସହିତ ପଦୋନ୍ନତିର ସୁଅବସର ମିଳିପାରେ । ସମାଜର କିଛି ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । ଏହା ଜୀବନର ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହେବ ।

ଧନୁ: ଗତ କିଛି ଦିନରୁ ଅସଫଳତା ମିଳୁଥିବାରୁ ନିଜ ହୀନ ମନେ କରୁଥିବା ବୃକ୍ତିମାନଙ୍କ ପାଇଁ ଏହା ପରିବର୍ତ୍ତନ ଆଣିବ । ଆତ୍ମବିଶ୍ୱାସ ଫେରିପାଇବା ସହିତ ପରିବାର, ଭାଇ ବନ୍ଧୁ ଏବଂ କୁଟୁମ୍ବଙ୍କ ସହ ସମ୍ପର୍କ ସ୍ଥାପନ କରି ଚାଲିବା ଆବଶ୍ୟକ । ତେବେ ଚାକିରି ତଥା ବ୍ୟବସାୟ କ୍ଷେତ୍ରରେ ବିଶେଷ ସାମଧାନତା ଅବଲମ୍ବନ କରନ୍ତୁ ।

ମକର: ସ୍ୱସ୍ଥ୍ୟପ୍ରତି ଯଥେଷ୍ଟ ଧ୍ୟାନ ରଖନ୍ତୁ । ସକାଳୁ ଜଲଦି ଉଠନ୍ତୁ । ଶାରୀରିକ ଅସୁସ୍ଥତା ବଢିପାରେ, କିନ୍ତୁ ବ୍ୟସ୍ତ ନ ହୋଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନିଜ ସହିତ ଜୀବନ ସାଥୀଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ ।

କୁମ୍ଭ: ସଫଳତା ପାଇବା ପାଇଁ ସୂର୍ଯ୍ୟଦେବଙ୍କ ପରି କଠିନ ପରିଶ୍ରମର ଆବଶ୍ୟକତା ରହିଛି । ଅଗଷ୍ଟ ୧୭ ତାରିଖରୁ ସେପ୍ଟେମ୍ବରର ଅର୍ଦ୍ଧେକ ପର୍ଯ୍ୟନ୍ତ ବୁଝିବିଚାରି ବ୍ୟବସାୟ କରନ୍ତୁ । ବିଭିନ୍ନ ଅସୁବିଧାକୁ ସାହସର ସହ ସାମନା କରନ୍ତୁ । ଜୀବନସାଥୀଙ୍କ ସହ ବୁଝାମଣା ଠିକ ରଖନ୍ତୁ, ନଚେତ ଦାମ୍ପତ୍ୟ ଜୀବନରେ ଅସୁବିଧା ହୋଇପାରେ ।

ମୀନ: ହେଉ ନଥିବା କାମରେ ମଧ୍ୟ ସଫଳତା ମିଳିବ । କୌଣସି ମୋକଦ୍ଦମା ଚାଲିଥିଲେ, ସେତିରେ ଆପଣଙ୍କ ପକ୍ଷରେ ରାୟ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିମାନଙ୍କୁ ଆରାମ ମିଳିପାରେ, ସରକାରୀ ବିଭାଗରେ ଫସି ରହିଥିବା କାମରେ ମଧ୍ୟ ସଫଳତା ମିଳିବ ।

Get real time updates directly on you device, subscribe now.