fbpx

ସାବଧାନ! ସୂର୍ଯ୍ୟ ବଦଳାଇବେ ନିଜର ଗତିପଥ, ଜାଣନ୍ତୁ ଏହି ସମୟରେ କେଉଁ ରାଶି ଉପରେ ବିପରୀତ ପ୍ରଭାବ ପଡିବ

ଓଡିଶା ଭାସ୍କର: ଯେତେବେଳେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକ ସେମାନଙ୍କର ଗତିବିଧିକୁ ପରିବର୍ତ୍ତନ କରନ୍ତି, ସେତେବେଳେ ଅନେକ ରାଶି ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡିଥାଏ। ଏଥିସହ କିଛି ରାଶି ରହିଛି ଯାହା ଉପରେ ବିପରୀତ ପ୍ରଭାବ ମଧ୍ୟ ପଡିଥାଏ। ତେବେ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଚଳିତ ଡିସେମ୍ବର ୧୭ ରେ, ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ। ଯାହା ୧୫ ଜାନୁଆରୀ ପର୍ଯ୍ୟନ୍ତ ଚାଲୁ ରହିବ। ଏପରି ପରିସ୍ଥିତିରେ, କିଛି ରାଶିଙ୍କ ପାଇଁ ଭାଗ୍ୟର ବାକ୍ସ ଖୋଲିବାକୁ ଯାଉଛି। ସେହିପରି ଅନ୍ୟାନ ରାଶି ସେମାନଙ୍କ ଭାଗ୍ୟ ଉପରେ କଷ୍ଟଦାୟକ ପ୍ରଭାବ ପକାଇବ ବୋଲି କୁହାଯାଇଛି। ଏ ସମ୍ପର୍କରେ ବିସ୍ତୃତ ସୂଚନା ସହ ଜ୍ୟୋତିଷମାନେ କିଛି ଆକଳନ ମଧ୍ୟ କରିଛନ୍ତି। ତେବେ ଜାଣନ୍ତୁ ଏହି ଅବଧି ମଧ୍ୟରେ, କେଉଁ ରାଶି ଲାଗି ସୂର୍ଯ୍ୟ ଶୁଭ ହେବ ଏବଂ କେଉଁ ରାଶି ଲାଗି ଖରାପ ହେବ।

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଡିସେମ୍ବର ୧୭ ରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବେ ଯାହା ଜାନୁୟାରୀ ୧୫ ପର୍ଯ୍ୟନ୍ତ ରହିବ। ଏହି ଅବଧି ମଧ୍ୟରେ ମେଷ ରାଶିର ଲୋକମାନଙ୍କ ପାଇଁ ଧନୁ ରାଶିରେ ସୂର୍ଯ୍ୟଙ୍କ ଉପସ୍ଥିତି ଧର୍ମର କ୍ଷତି ସୂଚାଇଥାଏ। ଉଦାହରଣ ସ୍ୱରୂପ, ଏହି ରାଶିର ଲୋକମାନେ କୌଣସି ସ୍ଥାନ ଲାଗି ତୀର୍ଥଯାତ୍ରା ଯୋଜନା କରୁଛନ୍ତି କିମ୍ବା ତୀର୍ଥଯାତ୍ରା ପାଇଁ ଟିକେଟ୍ ବୁକ୍ କରିସାରିଛନ୍ତି, ସେମାନେ ସେଠାକୁ ଯାଇ ପାରିବେ ନାହିଁ। ଏହାର ଅର୍ଥ ସେମାନେ ଧାର୍ମିକ କାର୍ଯ୍ୟକଳାପ କିମ୍ବା ଦାନ ଇତ୍ୟାଦି କରିବା ଉଚିତ୍ ନୁହେଁ। ଅନ୍ୟପଟେ ବୃଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଅଷ୍ଟମ ଘରେ ରହିବେ। ଏହି ରାଶିର ବ୍ୟକ୍ତି ଶାରୀରିକ ଯନ୍ତ୍ରଣା ଭୋଗିବେ। ସେହିପରି ମିଥୁନ ଲୋକଙ୍କ ପାଇଁ ସୂର୍ଯ୍ୟ ଜୟା ଘରେ ରହିବେ। ଫଳରେ ଏହି ରାଶିର ଲୋକମାନେ ଯାତ୍ରା କରିବାର ସୁଯୋଗ ପାଇବେ। ଏହି ସମୟରେ ଜଣେ ଭ୍ରମଣକାରୀ ହେବେ, ଯେଉଁଥିରେ ସେ ପୂର୍ବକୁ ଯାତ୍ରା କରିପାରନ୍ତି।

ସେପଟେ ଏହି ଅବଧି ମଧ୍ୟରେ କର୍କଟ ରାଶିର ବିଶିଷ୍ଟ ବ୍ୟକ୍ତିମାନେ ବିଜୟ ହାସଲ କରିବେ। ଏହା ସହ ଏହି ରାଶିର ଲୋକ ମାନଙ୍କ ଆତ୍ମବିଶ୍ୱାସ ଦୃଢ ହେବ ବୋଲି କୁହାଯାଇଛି। ମାତ୍ର ସିଂହ ରାଶିର ଲୋକଙ୍କ ପାଇଁ ଏହା ଦୁଃଖଦାୟକ ହେବ। ଯାହା ସେମାନଙ୍କୁ ବହୁତ ଯନ୍ତ୍ରଣା ଦେବ। ବିଶେଷକରି କୁମାରୀଙ୍କ ପାଇଁ ସମ୍ମାନ ହରାଇବେ, ଅର୍ଥାତ୍ ସେମାନେ ଅପମାନିତ ହେବେ। ଅନ୍ୟପଟେ ଏହି ସମୟ ତୁଳା ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ସେମାନେ ଭଲ ଆର୍ଥିକ ପାଇବେ। ବିଛା ରାଶି ଲୋକମାନେ ଭୟ ଅନୁଭବ କରିବେ ଏବଂ ବିବ୍ରତ ରହିବେ। ଧନୁ ରାଶି ବିଶିଷ୍ଟ ବ୍ୟକ୍ତିମାନେ ସ୍ଥାନ ନଷ୍ଟ ହେବାର ସମ୍ମୁଖୀନ ହେବେ, ଅର୍ଥାତ୍ ସେମାନେ ଯେଉଁଠାରେ ରହିବେ କ୍ଷତି ହେବ। ମକର ରାଶି ଲୋକଙ୍କ ପାଇଁ ଏହା ଯନ୍ତ୍ରଣାଦାୟକ ଅଟେ। ତେବେ କୁମ୍ଭ ରାଶିର ଲୋକଙ୍କ ପାଇଁ ଧନ ହାସଲ କରିବାର ଏକ ସମ୍ଭାବନା ଅଛି।

 

Get real time updates directly on you device, subscribe now.