fbpx

ଚିନ୍ତାରେ ସୁନ୍ଦରଗଡ଼ : ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ, ପୁଣି ୩ ଆକ୍ରାନ୍ତ

AAKASH

ସୁନ୍ଦରଗଡ଼ : ଦିନକୁ ଦିନ ସୁନ୍ଦରଗଡ଼ର ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ । ଗତକାଲି ୧୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ପୁଣି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩କୁ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ଏହା ଅତି କ୍ଷୁଦ୍ର ଟିଙ୍କ ଜାତୀୟ କୀଟ ଅଟେ । ସାଧାରଣତଃ ଏହି କୀଟ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଥାଏ । ଯେଉଁ ଲୋକେ ପୋଖରୀ, ବିଲ କି ଜଙ୍ଗଲକୁ ଯାଉଛନ୍ତି ସେହି ମାନେ ଏହି କୀଟର ଶିକାର ହେଉଛନ୍ତି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ନାହିଁ । ଏହି ରୋଗର ନମୁନା ପରୀକ୍ଷା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବା ସହ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି ।
ଏହି ସଂକ୍ରମଣରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଭୀଷଣ ଜ୍ୱର ହେବା ସହ ମୁଣ୍ଡ ବୁଲାଇବା ଓ ମାଂସପେଶୀ ଦରଜ ହୋଇଥାଏ । ପୋକ କାମୁଡିଥିବା ସ୍ଥାନ କୁଣ୍ଡେଇ ହେବା ସହ କିଛି ସମୟ ପରେ କଳା ପଡିଯାଏ । ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ୍ ସମୟରେ ପରୀକ୍ଷା କରି ଚିକିତ୍ସା କରାଇଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.