fbpx
BSKY
BJD YOUTH SKY
BJD MS SKY

ରାତିରେ ଖାଇବା ଓ ଶୋଇବା ମଧ୍ୟରେ କେତେ ଘଣ୍ଟା ବ୍ୟବଧାନ ରଖିବା ଉଚିତ ? ନମାନୁଥିବା ବ୍ୟକ୍ତିଙ୍କୁ କ୍ୟାନ୍ସର ହେବାର ଆଶଙ୍କା ଅଧିକ: ସର୍ଭେ

ଖାଇବା ଓ ଶୋଇବାରେ କେତେକ ନୀତିନିୟମ ରହିଛି । ଏହାକୁ ଅନେକ ଅଣଦେଖା କରିଥାନ୍ତି । ରାତିରେ ଖାଇବା ପରେ ପରେ ଅନେକ ବିଛଣା ଧରନ୍ତି । ସ୍ୱାସ୍ଥ୍ୟ ପାଇଁ ଏହା ଆଦୌ ଠିକ୍ ନୁହେଁ । ନିକଟରେ ବାର୍ସିଲୋନା ଇନ୍ଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ ହେଲ୍ଥର ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ରାତିରେ ଖାଇବା ଓ ଶୋଇବା ମଧ୍ୟରେ ପାଖାପାଖୀ ଦୁଇଘଣ୍ଟା ବ୍ୟବଧାନ ରଖୀବା ଆବଶ୍ୟକ । ଏପରି ନ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କୁ କର୍କଟ ହେବାର ଆଶଙ୍କା ଅଧିକ ଥାଏ ।

ଆଉ ଯେଉଁମାନେ ଉପରୋକ୍ତ ନିୟମ ମାନି ଚଳିଥାନ୍ତି, ସେମାନଙ୍କ ତୁଳନାରେ ଏହି ନିୟମ ନ ମାନୁଥିବା ବ୍ୟକ୍ତିଙ୍କ ଠାରେ କର୍କଟ ହେବାର ଆଶଙ୍କା ୨୫ ପ୍ରତିଶତ ଅଧିକ ରହିଥାଏ । କେବଳ ସେତିକି ନୁହେଁ, ଏହା ସେମାନଙ୍କ ଭୋକ ଏବଂ ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି ଅଧ୍ୟୟନରେ କର୍କଟ ପୀଡ଼ିତ ୬୦୦ରୁ ଅଧିକ ପୁରୁଷ ଏବଂ ୧,୨୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସାମିଲ କରାଯାଇଥିଲା । ପୀଡ଼ିତ ଲୋକଙ୍କ ମଧ୍ୟରୁ କେହି ଜଣେ ବି ନାଇଟ୍ ସିଫ୍ଟ କରି ନଥିଲେ । ବରଂ ଏମାନେ ରାତିରେ ଖାଦ୍ୟ ଖାଇବା ପରେପରେ ଶୋଇଥିବାରୁ କର୍କଟରେ ପୀଡ଼ିତ ହୋଇଥିବା କଥା ଅଧ୍ୟୟନରେ କୁହାଯାଇଛି ।

ବିଶେଷଜ୍ଞଙ୍କ ଅନୁଯାୟୀ, ରାତ୍ରୀ ଭୋଜନ ପରେ ତୁରନ୍ତ ଶୋଇବା ଉଚିତ୍ ନୁହେଁ। ବାସ୍ତବରେ, ରାତିରେ ଖାଦ୍ୟ ଖାଇବା ପରେ ତୁରନ୍ତ ଶୋଇବା ମୋଟାପଣକୁ ବଢ଼ାଇଥାଏ ଏବଂ ହଜମ ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥାଏ । ଖାଇବା ପରେ ତୁରନ୍ତ ଶୋଇବା ଖାଦ୍ୟକୁ ସଠିକ୍ ଭାବରେ ହଜମ ହେବାକୁ ରୋକିଥାଏ, ଯାହା ଓଜନ ବୃଦ୍ଧି, ଏସିଡ୍ ରିଫ୍ଲକ୍ସ ଏବଂ ହଜମ ଜନିତ ସମସ୍ୟା, ହୃଦଘାତ, ଗ୍ୟାସ୍ ଏସିଡିଟି, ଫୁଲିବା ଭଳି ସମସ୍ୟା ସୃଷ୍ଟି କରିଥାଏ । ଖାଇବା ଏବଂ ଶୋଇବା ମଧ୍ୟରେ ଅତି କମରେ 3 ରୁ 4 ଘଣ୍ଟା ବ୍ୟବଧାନ ରହିବା ଜରୁରୀ । ତେଣୁ ଆପଣ ଶୋଇବା ରୁଟିନ୍ ର ତିନି-ଚାରି ଘଣ୍ଟା ପୂର୍ବରୁ ତୁମର ରାତ୍ରୀ ଭୋଜନ କରିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.