fbpx

ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ, ଏହି ସ୍ୱତନ୍ତ୍ର ଅଧିବେଶନରେ ହୋଇପାରେ କିଛି ବଡ଼ ନିଷ୍ପତ୍ତି …

AAKASH

ଓଡିଶା ଭାସ୍କର; ଆଜିଠୁ ଆରମ୍ଭ ହେଉଛି ସଂସଦର ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ଏହି ଅଧିବେଶନରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟାନ୍ୟ ନିର୍ବାଚନ କମିଶନର ନିଯୁକ୍ତି ବିଲ୍, ଆଇନଜୀବୀ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲ୍, ଡାକଘର ବିଲ୍, ଉଚ୍ଛେଦ ଓ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।

ପ୍ରଥମ ଦିନ ପୁରୁଣା ସଂସଦ ଭବନରେ ଗୃହକାର୍ୟ୍ୟ ଚାଲିବ । ଏହା ପରେ ଗଣେଶ ଚତୁର୍ଥୀରୁ ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରୁ ନୂଆ ସଂସଦ ଭବନରେ ଅଧିବେଶନ ଶୁଭାରମ୍ଭ ହେବ । ସଂସଦ ଅଧିବେଶନରେ ଯୋଗ ଦେବା ଲାଗି ସମ୍ମତ ହୋଇଛନ୍ତି ଇଣ୍ଡିଆ ମେଣ୍ଟର ୨୪ଟି ଦଳ । ସେହିପରି ଜାତି ଗଣନା, ମଣିପୁର ହିଂସା, ସାମ୍ପ୍ରଦାୟିକ ହିଂସା, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି ବୋଲି ସୂଚନା ରହିଛି । ଶେଷ ଥର ଲାଗି ଗତ ୨୦୧୭ ଜୁନ ୩୦ରେ ଏକ ସ୍ୱତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି । ଏଣୁ ଏଥର ଏହି ସ୍ୱତନ୍ତ୍ର ଅଧିବେଶନରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.