fbpx

Video: ବାପା ହେବେ ସୁନିଲ ଛେତ୍ରୀ; ଗୋଲ୍ ସ୍କୋର ପରେ ଅଦ୍ଭୁତ ସେଲିବ୍ରେସନ୍ କରି ଦେଲେ ସୂଚନା

ଭୁବେନଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟେିନଣ୍ଟାଲ କପ୍ ଫୁଟବଲ ପ୍ରତେିଯାଗିତାର ସୋମବାର ଅନୁଷ୍ଠିତ ମ୍ୟାଚ୍ ରେ ଭାନୁଆଟୁକୁ ୧-୦ ଗୋଲେର ପରାସ୍ତ କରି ଭାରତ ଫାଇନାଲ ଖେଳିବା ରାସ୍ତା ପରିସ୍କାର କରନେଇଛି । ଏହି ମ୍ୟାଚ୍‌ର ୮୦ ମିନିଟ୍‌ରେ ଭାରତ ପାଇଁ ବୀଜୟସୂଚକ ଗୋଲ୍ ଦେଇଥିଲେ ଅଧିନାୟିକ ସୁନିଲ ଛେତ୍ରୀ । ଏହାଥିଲା ଛେତ୍ରୀଙ୍କ କ୍ୟାରିୟରର ୮୬ତମ ଆନ୍ତର୍ଜାତୀୟ ଗୋଲ୍ । ଏହି ଗୋଲ୍ ପରେ ସୁନିଲଙ୍କ ସେଲିବ୍ରେସନ୍ ଅତି ଅଦ୍ଭୁତ ଥିଲା । ସେ ଜର୍ସି ଭିତରେ ବଲ୍ ପୁରାଇ ସେଲିବ୍ରେସନ୍ କରିଥିଲେ । ଏହାପରେ ନିଜ ପତ୍ନୀ ସୋନମଙ୍କ ଉଦେଶ୍ୟରେ ପ୍ରେମଭରା ଚୁମ୍ବନ ଦେଇଥିଲେ ।

ତେବେ ମ୍ୟାଚ୍ ପରେ ସୁନିଲ ଏହି ସେଲିବ୍ରେସ୍‌ର ପଛର ଖବର ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ସୋନମ ଏଭଳି ଭାବେ ଆମର ନୂଆ ଅତିଥି ଆସୁଥିବା ଘୋଷଣା କରିବାକୁ ଚାହୁଁଥିଲେ । ମୁଁ ମଧ୍ୟ ଭିନ୍ନ ଭାବରେ ଏକଥା ପ୍ରଂଶସକ ଏବଂ ଶୁଭେଚ୍ଚୂମାନଙ୍କୁ ଜଣାଇବାକୁ ଚାହୁଁଥିଲି । ଯାହାବି ହେଉ ଏବେ ଆମେ ଆପଣଙ୍କର ଶୁଭେଚ୍ଛା ଓ ଆର୍ଶିବାଦ କାମନା କରୁଛୁ ।

ତେବେ ମ୍ୟାଚ୍ କଥା ଦେଖିଲେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ପ୍ରବେଶ କରି ସାରିଛି । ଲବାନନ ଠାରୁ ୧-୩ ଗୋଲ୍େ‌ର ହାରିଥିବା ଭାନୁଆଟୁ ଆଜିର ମ୍ୟାଚ୍େ‌ର ଭାରତ ସହିତ କଡା ସଂଘର୍ଷ କରିଥିବା ବେଳେ ଗୋଟିଏ ଗୋଲ୍ ମଧ୍ୟ ପରିଶୋଧ କରିପାରି ନଥିଲା । େତେବ ଭାନୁଆଟୁର ଲଢ଼ୁଆ ଖେଳ ଯୋଗୁଁ ଭାରତ ମଧ୍ୟ ଅଧିକ ଗୋଲ ଦେବା ସମ୍ଭବ ହୋଇପାରି ନଥିଲା । କେବଳ ଅଧିନାୟକ ସୁନୀଲ ଛେତ୍ରୀ ଏକମାତ୍ର ବିଜୟସୂଚକ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା ।

Get real time updates directly on you device, subscribe now.