fbpx

ପୁଣି ଦର୍ଶକଙ୍କୁ ହସେଇ ହସେଇ ବେଦମ୍ କରିବେ ସୁନିଲ ଗ୍ରୋଭର୍, ଖୁବ୍ ଶୀଘ୍ର ଆସୁଛି ନୁଆ ସୋ

ମୁମ୍ବାଇ, ୨୬ା୪ (ଓଡିଶା ଭାସ୍କର) : କମେଡିଆନ୍ ସୁନିଲ୍ ଗ୍ରୋଭରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରିଙ୍କୁ ଭାବୀ, ଡକ୍ଟର୍ ମଶୁର୍ ଗୁଲାଟି ଭଳି ଭୁମିକାରେ ଦର୍ଶକଙ୍କୁ ଖୁବ୍ ହସାଇଥିବା ସୁନିଲ୍ ଗ୍ରୋଭର୍ ପୁଣିଥରେ ମନୋରଞ୍ଜନ କରିବାକୁ ଆସୁଛନ୍ତି । ନିଜର ଜୋକସ୍ ଏବଂ ଫନି ଅନ୍ଦାଜ୍ ସହ ପୁଣିଥରେ ଦର୍ଶକଙ୍କ ହୃଦୟରେ ଜାଗା ବନାଇବାକୁ ଗୋଟିଏ ନୁଆ ସୋ ମାଧ୍ୟମରେ ସ୍କ୍ରିନ୍ ଉପରକୁ ରିଟର୍ନ କରୁଛନ୍ତି ।

ତେବେ ସୁନିଲ “ଦ କପିଲ ଶର୍ମା ସୋ”ରେ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସିଥିଲେ । ହେଲେ କିଛି ବିବାଦ ପାଇଁ ତାଙ୍କୁ ସୋ ରୁ ହଟାଇ ଦିଆଯାଇଥିଲା । କିନ୍ତୁ ସେ ଏବେ ଲୋକଙ୍କ ମୁହଁରେ ହସ ଆଣିବାକୁ ଏବଂ ଜୋକସ୍ ଶୁଣାଇବାକୁ ଫେରିଛନ୍ତି । ଆମାଜନ୍ ପ୍ରାଇମ୍ ଭିଡିଓରେ ଏକ ନୁଆ ସିରିଜ୍ “ଲଲ୍ ହସେ ତୋ ଫସେ”ରେ ନଜର ଆସିବାକୁ ଯାଉଛନ୍ତି ।


କରୋନା ମହାମାରୀ କାରଣରୁ ସାରା ଦେଶର ଲୋକଙ୍କ ମୁହଁରେ ହସ ନଥିବା ବେଳେ ସେ ନିଜ କମେଡି ମାଧ୍ୟମରେ ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି । ତେବେ ସୁନିଲଙ୍କ ଏହି ସୋ ୩୦ ଏପ୍ରିଲ ରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ନିକଟରେ ଏହି ସୋ ବିଷୟରେ ସୁଚନା ଦେବାକୁ ଯାଇ ନିଜ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସେୟାର କରିଥିଲେ । ୟୁଜର୍ ମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।


ଏଥିରେ ତାଙ୍କୁ ଗୋଟିଏ ନୁଆ ଅବତାରରେ ଦେଖିବାକୁ ମିଳିବ । କିଛି ଦିନ ତଳେ ଗୋଟିଏ ସାକ୍ଷାତକାରରେ ସେ କହିଥିଲେ ଯେ, ଏଭଳି ସମୟରେ ଅର୍ଥାତ୍ କରୋନା ସମୟରେ ମନରେ ସକାରାତ୍ମକ ମନୋଭାବ ରହିବା ନିହାତି ଜରୁରୀ । ଯେତେବେଳେ ଆମେ କିଛି ସକାରାତ୍ମକ କଥା ଚିନ୍ତା କରୁଛେ, ସେତେବେଳେ କିଛି ନା କିଛି ଭଲ ହୋଇଥାଏ । ତେଣୁ ଏହି ଭାବନାକୁ ଆଧାର କରି ଗୋଟିଏ ନୁଆ ସୋ ଆସିବାକୁ ଯାଉଛି । ଆମର ଟିମ୍ ର ଗୋଟିଏ ମାତ୍ର ଲକ୍ଷ୍ୟ, ତାହା ହେଉଛି ଲୋକଙ୍କ ମନରେ ଖୁସି ଆଣିବା ।


ସୁଚନା ଯେ, ଏଥିରେ ଅନେକ ମଶହୁର କମେଡିଆନ୍ ମାନେ ରହିବେ । ସେମାନେ ହେଲେ ଆଦାର ମଲିକ, ଆକାଶ ଗୁପ୍ତା, ଅଦିତି ମିତ୍ତଲ, ଅଙ୍କିତା ଶୀବାସ୍ତବ, ସାଇରସ୍ ବ୍ରୋଚା, ଗୌରବ ଗେରା, କୁଶା କପିଲା, ମଲ୍ଲିକା ଦୁଆ, ସୁନିଲ ଗ୍ରୋଭର୍, ସୁରେଶ ମେନନ୍ ।

Get real time updates directly on you device, subscribe now.