fbpx
BJD SKY
BJD SKY

‘ରାମାୟଣ’ରେ ସନ୍ନି ଦେଓଲ ହେବେ ବୀର ହନୁମାନ… ଜାଣନ୍ତୁ କିଏ ହେବେ ରାମ, ଲକ୍ଷ୍ମଣ-ସୀତା

BJD

ମୁମ୍ବାଇ: ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପରେ ସାରା ଦେଶ ଏବେ ରାମ ଭକ୍ତିରେ ଲୀନ ହୋଇଯାଇଛି । ଏହାର ପ୍ରଭାବ ବର୍ତ୍ତମାନ ସିନେ ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ‘ଦଙ୍ଗଲ’ ଏବଂ ‘ଛିଛୋରେ’ ଭଳି ସିନେମା ପ୍ରସ୍ତୁତ କରିଥିବା ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ନିତେଶ ତିୱାରୀ ‘ରାମାୟଣ’ ଉପରେ ଏକ ସିନେମା ନିର୍ମାଣ କରିବାକୁ ଯାଉଛନ୍ତି । ଗତ କିଛି ଦିନରୁ ଏହି ସିନେମା ଏବଂ ଏହାର ଚରିତ୍ର ମାନଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ଏହି ସିନେମାର ହନୁମାନ ଚରିତ୍ର ପାଇଁ ସନ୍ନି ଦେଓଲଙ୍କୁ ସୁଯୋଗ ମିଳିଥିବା ଜାଣିବାକୁ ମିଳିଛି ।

ପୌରାଣିକ କାହାଣୀ ରାମାୟଣକୁ ନିତେଶ ୩ଟି ଭାଗରେ ପରଦାକୁ ଆଣିବେ ବୋଲି ପ୍ରୟାସ କରୁଛନ୍ତି । ତେବେ ଏହି ସିନେମାର କାଷ୍ଟିଂକୁ ନେଇ ଖୁବ ଆଲୋଚନା ହେବାରେ ଲାଗିଛି । ଏହି ଚଳଚ୍ଚିତ୍ରରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁର ଏବଂ ମାତା ସୀତାଙ୍କ ଚରିତ୍ରରେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀଙ୍କୁ ଦେଖିବାକୁ ମିଳିପାରେ । ତେବେ ସିନେମାରେ ଲଙ୍କାପତି ରାବଣ ଭୂମିକାରେ କେଜିଏଫ ଷ୍ଟାର ୟଶ୍ ନଜର ଆସିପାରନ୍ତି ବୋଲି କୁହାଯାଉଛି । ବର୍ତ୍ତମାନ ଏହି ରାମାୟଣ ସିନେମାକୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଏହି ସିନେମାରେ ବୀର ହନୁମାନ ଚରିତ୍ର ସୁପରଷ୍ଟାର ସନ୍ନି ଦେଓଲଙ୍କୁ ମିଳିପାରେ ବୋଲି ଅନୁମାନ ରିପୋର୍ଟରୁ ଜଣାଯାଇଛି ।

ରିପୋର୍ଟ ଅନୁସାରେ, ‘ରାମାୟଣ’ରେ ସନ୍ନିଙ୍କର ହନୁମାନ ୁରିତ୍ରରେ ଅଭିନୟ କରିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ଏହି ଚରିତ୍ରକୁ ନେଇ ସନ୍ନି ଦେଓଲ ଖୁବ ଖୁସି ଥିବା ମଧ୍ୟ ଜାଣିବାକୁ ମିଳିଛି । ନିତେଶଙ୍କର ଏହି ରାମାୟଣ ୩ଟି ପାର୍ଟରେ ଆସିବା ନେଇ ଯୋଜନା ରହିଥିବା ବେଳେ ପ୍ରଥମ ପାର୍ଟରେ ଅତିଥି କଳାକାର ଭାବରେ ପରଦାରେ ଦେଖା ଦେବେ ସନ୍ନି । ତେବେ ଦ୍ୱିତୀୟ ଏବଂ ତୃତୀୟ ପାର୍ଟରେ ସନ୍ନି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.