fbpx
BJD SKY
BJD SKY

ଆଜି Bigg Boss 17ର ଗ୍ରାଣ୍ଡ୍ ଫିନାଲେ

BJD

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ଆଜି ବଲିଉଡ଼ ଅଭିନେତା ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ୧୭ର ଗ୍ରାଣ୍ଡ୍ ଫିନାଲେ । ଏଥିପାଇଁ ବିଗ୍ ବସ୍ ପ୍ରଶଂସକମାନେ ବେଶ ଉତ୍ସାହିତ ଅଛନ୍ତି । ବିଗ୍ ବସ୍ ୧୭ ଗ୍ରାଣ୍ଡ୍ ଫିନାଲେର ୫ ଜଣ ପ୍ରତିଯୋଗୀମାନେ ହେଲେ ଅଙ୍କିତା ଲୋଖାଣ୍ଡେ, ମୁନ୍ନୱର ଫାରୁକି, ମନ୍ନାରା ଚୋପ୍ରା, ଅଭିଷେକ କୁମାର ଏବଂ ଅରୁଣ ମାଶେଟ୍ଟି ।

ବର୍ତ୍ତମାନ ଏହି ୫ ଜଣଙ୍କ ମଧ୍ୟରୁ ଜଣେ ଭାଗ୍ୟଶାଳୀ ବିଗ୍ ବସ୍ ୧୭ର ମୁକୁଟ ଏବଂ ଟ୍ରଫି ଜିତିବ । ବିଗ୍ ବସ୍ ଗ୍ରାଣ୍ଡ୍ ଫିନାଲେ ଶୋ’ ଜାନୁଆରୀ ୨୮ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ । ଗ୍ରାଣ୍ଡ୍ ଫିନାଲେର ଲାଇଭ୍ ଟେଲିକାଷ୍ଟ କଳର୍ସ ଟିଭି ଏବଂ ଜିଓ ସିନେମା ଆପରେ ଦେଖିପାରିବେ । ତେବେ ବିଗ୍ ବସ୍ ୧୭ ଗ୍ରାଣ୍ଡ୍ ଫିନାଲେରେ ବିଜେତାଙ୍କୁ କେତେ ଟଙ୍କାର ପୁରସ୍କାର ରାଶି ମିଳିବ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନି । ରିପୋର୍ଟରୁ ପ୍ରକାଶ ଯେ ବିଜେତାଙ୍କୁ ୩୦-୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିପାରେ । ଗତ ବର୍ଷ ବିଗ୍ ବସ୍ ୧୬ର ବିଜେତା ଥିଲେ MC Stan । ତାଙ୍କୁ ୩.୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥିଲା ।

Get real time updates directly on you device, subscribe now.