fbpx
BSKY SKY
BSKY SKY

ଫ୍ୟାନଙ୍କୁ ପସନ୍ଦ ଆସୁଛି ସନ୍ନି ଲିଓନୀଙ୍କ ଆକ୍ସନ ଅବତାର, ସାମ୍ନାକୁ ଆସିଲା ‘ଶିରୋ’ର ଫାଷ୍ଟ ଲୁକ

BSKY

ଖୁବଶୀଘ୍ର ଏକ ଭିନ୍ନ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ତି ଅଭିନେତ୍ରୀ ସନ୍ନି ଲିଓନୀ । ସନ୍ନି ଲିଓନୀ ତାଙ୍କ ଅଭିନୀତ ପ୍ରଥମ ତାମିଲ ଫିଲ୍ମ ‘ଶିରୋ’ରେ ନଜର ଆସିବାକୁ ଯାଉଛନ୍ତି । ସେ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିବା ନେଇ ମଧ୍ୟ କୁହାଯାଉଥିଲା । ପୂର୍ବରୁ ସୁଟିଂ ସେଟରୁ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି ସନ୍ନି। ଏହା ମଧ୍ୟରେ ସନ୍ନି ଲିେଓନୀ ‘ଶିରୋ’ର ଫାଷ୍ଟ ଲୁକ ସେୟାର କରିଛନ୍ତି ।

ଶିରୋର ଫାଷ୍ଟ ଲୁକକୁ ଫ୍ୟାନମାନେ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତିି । ଫାଷ୍ଟ ଲୁକରେ ସନ୍ନି ଲିଓନୀଙ୍କୁ ଫିଲ୍ମରେ ଆକ୍ସନ ଅବତାରରେ ଦେଖିବାକୁ ମିଳିବ । ପୋଷ୍ଟରରେ ସନ୍ନିଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୂ ମିଳିଛି ।
ଏହାକୁ ସେୟାର କରିବା ସହ ସନ୍ନି କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ତାମିଲ ଫିଲ୍ମ ଶିରୋ’ର ଫାଷ୍ଟ ଲୁକ । ଏହାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ସୂଚନାଯୋଗ୍ୟ, ସନ୍ନି ଲିଓନୀଙ୍କ ଫିଲ୍ମ ‘ଶିରୋ’ ମଲୟାଲମ, ତାମିଲ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ । ଫିଲ୍ମକୁ ଶ୍ରୀଜୀତ ବିଜୟନ ନିର୍ଦ୍ଦେଶନା କରୁଛନ୍ତି ।

 

View this post on Instagram

 

A post shared by Sunny Leone (@sunnyleone)

Get real time updates directly on you device, subscribe now.