fbpx

କରୋନା ଭାଇରସ୍: ଲକ୍ ଡାଉନ ବୃଦ୍ଧି ପାଇଁ ସୁପାରିସ୍

ନୂଆଦିଲ୍ଲୀ, ୧୧ା୪: କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିଥିଲେ । ଭିଡ଼ିଓ କନଫରେନ୍ସିଂରେ ୧୧ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ମୁକାବିଲା ନେଇ ବୈଠକ କରିଥିଲେ । ୧୧ରାଜ୍ୟର ୧୦ମୁଖ୍ୟମନ୍ତ୍ରୀ ଲକ୍ ଡାଉନ ବୃଦ୍ଧି ପାଇଁ ସୁପାରିସ କରିଛନ୍ତି । ଲକ୍ ଡାଉନ ବୃଦ୍ଧି ପାଇଁ ୟୁପି, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରାଖଣ୍ଡ, ଦିଲ୍ଲୀ, ଓଡ଼ିଶା ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସୁପାରିଶ କରିଥିବା ନେଇ ସୂଚନା ମିଳିଛି ।
ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ୨୪ଘଣ୍ଟା ଉପଲବ୍ଧ ରହିଛି । କୋଭିଡ଼-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ନିଦ୍ୱନ୍ଦ୍ୱରେ କହିପାରିବେ ।ଏହାସହ ସେହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ୨୪ଘଣ୍ଟା ଉପଲବ୍ଧ ରହିଛି । କୋଭିଡ଼-୧୯କୁ ନେଇ ଯେକୌଣସି ମୁଖ୍ୟମନ୍ତ୍ରୀ କୌଣସି ପ୍ରସ୍ତାବ କିମ୍ବା କିଛି କହିବାକୁ ଚାହୁଁଥିଲେ ମୋତେ ର୍ନିଦ୍ୱନ୍ଦ୍ୱରେ କହିପାରିବେ ।

Get real time updates directly on you device, subscribe now.