fbpx

ସାରଳା ମନ୍ଦିରରେ ଲାଗୁ ହେଲା ୧୪୪ ଧାରା

ଜଗତସିଂହପୁର, ୧୧ା୪(ଓଡ଼ିଶା ଭାସ୍କର): ଜଗତସିଂହପୁରର ସାରଳା ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି । ଗୋଟିଏ ସ୍ଥାନରେ ୪ଜଣ ଏକାଠି ହେବା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ୧୨ରୁ ୧୪ ଏପ୍ରିଲ ଯାଏଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି ।

Get real time updates directly on you device, subscribe now.