fbpx
BSKY SKY
BSKY SKY

ଲଣ୍ଡନରେ ସମୟ ବିତାଉଛନ୍ତି ଇଣ୍ଡିଆନ ଆଇଡଲର ସୁପରହିଟ ଯୋଡି: ଭାଇରାଲ ହେଉଛି ପୱନଦୀପ-ଅରୁଣିତାଙ୍କ ଫଟୋ

BSKY

ମୁମ୍ବାଇ: ଇଣ୍ଡିଆନ ଆଇଡଲ ସିଜନ-୧୨ର ସୁପରହିଟ ଯୋଡି ପୱନଦୀପ ଏବଂ ଅରୁଣୀତାଙ୍କୁ ଲଣ୍ଡନର ଏକ ସଡକରେ ବୁଲୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସୋଶଲ ମିଡିଆରେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପରସ୍ପର ହାତ ଧରି ଏଠାରେ ବୁଲୁଥିବାର ଭିଡିଓ ଏବେ ସୋଶଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଉଭୟଙ୍କ ଫ୍ୟାନ ପେଜରେ ଏହି ଭିଡିଓ ଶେୟର କରାଯାଇଛି । ତେବେ ଏହାପରେ ପ୍ରଶଂସକମାନଙ୍କର କମେଣ୍ଟର ସୁଅ ଛୁଟିଛି ।

ଏହି ଭିଡିଓରେ ଏବେ ଅନେକ ପ୍ରକାର କମେଣ୍ଟ ଦେଉଛନ୍ତି ପ୍ରଶଂସକ । ଜଣେ ଫ୍ୟାନ ଉଭୟଙ୍କୁ ଚକଲେଟ ପାଇ ବୋଲି କହି କମେଣ୍ଟ କରିଥିବା ବେଳେ ଆଉ ଜଣେ ଫ୍ୟାନ ଖୁବ ସୁନ୍ଦର କମେଣ୍ଟ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ୟାର କିୟା ତୋ ଡରନା କ୍ୟା, ସେପେଟ ଅନ୍ୟ ଜଣେ ସାତ ଜନ୍ମର ସାଥୀ ବୋଲି କହି କମେଣ୍ଟ କରିଛନ୍ତି ।

ଇଣ୍ଡିଆନ ଆଇଡଲର ବିଜେତା ପୱନଦୀପ ଏବଂ ରନର ଅପ ଅରୁଣୀତାଙ୍କ ‘ଫୁରସତ’ ଗତ ଡିସେମ୍ବରରେ ମୁକ୍ତିଲାଭ କରିଥିଲା । କିନ୍ତୁ ଭିଡିଓରେ ପୱନଦୀପଙ୍କ ଅପୋଜିଟରେ ନଜର ଆସିଥିଲେ ଚିତ୍ରା ଶୁକ୍ଳା । ଅକ୍ଟୋପସ ଏଣ୍ଟରଟେନମେଣ୍ଟ ସହ ଚୁକ୍ତି କାରଣରୁ ଏହି ଭିଡିଓ ପାଇଁ ମନା କରିଥିଲେ ଅରୁଣିତା । ତେବେ ତାଙ୍କ ବାପା ପୱନଦୀପଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନଥିବାରୁ ଉଭୟ କ୍ୟାମେରାରୁ ଦୂରେଇ ରହୁଛନ୍ତି ।

Get real time updates directly on you device, subscribe now.