fbpx

ଦେଶର ଅଦ୍ଭୁତ ନଦୀ: ପାଣି ସୁଅରେ ପ୍ରବାହିତ ହୁଏ ପୁଳା ପୁଳା ସୁନା, ଦେଖିବା ପାଇଁ ଲାଗେ ଲୋକଙ୍କ ସମାଗମ

ନୂଆଦିଲ୍ଲୀ: ଛୋଟବଡ ନଦୀକୁ ମିଶାଇ ଭାରତରେ ୪୦୦ରୁ ଅଦିକ ନଦୀ ରହିଛି । ପ୍ରାୟ ସମସ୍ତ ନଦୀର ରହିଛି କିଛି ନା କିଛି ବିଶେଷତ୍ୱ । ନିଜ ନିଜର ବିଶେଷ ଗୁଣ ପାଇଁ ବା କାରଣ ପାଇଁ ପ୍ରସିଦ୍ଧିଳାଭ କରିଥାନ୍ତି ଏହି ନଦୀ । କିନ୍ତୁ ଦେଶରେ ଏମିତି କିଛି ନଦୀ ପ୍ରବାହିତ ହେଉଛି ଯାହାର ବିଶେତା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରକୃତ କାରଣ ଜାଣିଲେ ହୁଏତ ଆପଣ ଏହାକୁ ବିଶ୍ୱାସ କରି ନ ପାରନ୍ତି । ତେବେ ଆସନ୍ତୁ ଜାଣିବା ଏମିତି ବିଶେଷ ଗୁଣ ଥିବା ଏକ ନଦୀ ।

ଏହି ନଦୀର ନାଁ ସୁନା ନଦୀ ବା ସ୍ୱର୍ଣ୍ଣ ନଦୀ । କାରଣ ଏହି ନଦୀରେ ପାରି ସହିତ ପ୍ରବାହିତ ହୋଇଥାଏ ପୁଳା ପୁଳା ସୁନା । ଝାଡଖଣ୍ଡର ଏହି ନଦୀକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏମିତି କି ବେଜ୍ଞାନିକ ମାନେ ଏହି ସୁନାର ରହସ୍ୟ ମଧ୍ୟ ଆଜି ପର୍ଯ୍ୟନ୍ତ ଜାଣି ପାରି ନାହାନ୍ତି । ଶହ ଶହ ବର୍ଷ ପରେ ମଧ୍ୟ ଏହି ନଦୀରେ କାହିଁକି ସୁନା ପ୍ରବାହିତ ହେଉଛି, ଏ ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି । ରାଜ୍ୟର କିଛି ସ୍ଥାନରେ ଆଦିବାସୀମାନେ ସକାଳେ ଏହି ନଦୀକୁ ଯାଇଥାନ୍ତି । ଦୀର୍ଘ ସମୟ ଏପରି କରିବା ପରେ ସୁନା କଣିକା ସଂଗ୍ରହ କରିଥାନ୍ତି ଏଠାକାର ଆଦିବାସୀ । ଏହି କାମ ପାଇଁ ଅନେକ ପିଢୀ ନିୟୋଜିତ ହୋଇଥାନ୍ତି । ତମାଦ ଏବଂ ସରଣ୍ଡା ପରି କିଛି ସ୍ଥାନରେ ପୁରୁଷ ମହିଳାଙ୍କ ସମେତ ଶିଶୁଙ୍କର ମଧ୍ୟ ସକାଳୁ ଉଠି ସୁନା ସଂଗ୍ରହ କରିବା ଏକ ନିତ୍ୟକର୍ମ ଭଳି ହୋଇଯାଇଛି । ତେବେ ଏହି ନଦୀ କେବଳ ଝାଡଖଣ୍ଡ ନୁହେଁ, ପଶ୍ଚିମବଙ୍ଗ ଏବଂ ଓଡିଶାରେ ମଧ୍ୟ ପ୍ରବାହିତ ହେଉଛି ।

Get real time updates directly on you device, subscribe now.