fbpx

ପୌର ନିର୍ବାଚନରେ ପଡିବନି ପଞ୍ଚାୟତ ନିର୍ବାଚନର ପ୍ରଭାବ: ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ସମାପ୍ତ ହୋଇଛି ପଞ୍ଚାୟତ ନିର୍ବାଚନ । ଏହା ସହିତ ସମସ୍ତଙ୍କ ନଜର ବର୍ତ୍ତମାନ ପୌର ନିର୍ବାଚନ ଉପରେ । ପୌର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ବିଜେପି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ । ଆଗାମୀ ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଭୟ ନେତା ।

ଧର୍ମେନ୍ଦ୍ର କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଯଦିଓ ଦଳର ପ୍ରଦର୍ଶନ ଖରାପ ରହିଛି ତଥାପି ବିଜୟୀ ପ୍ରାର୍ଥୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ୩୦.୦୭ ପ୍ରତିଶତ ଭୋଟର ଦଳ ପ୍ରତି ସମର୍ଥନ ଜାହିର କରୁଥିବାରୁ ମୁଁ ଓଡ଼ିଶା ବାସୀଙ୍କୁ ଧନ୍ୟବାଦ ଜଣାଉଛନ୍ତି । ତୃଣମୂଳ ସ୍ତରରେ କର୍ମକର୍ତ୍ତା କଠିନ ପରିଶ୍ରମ କରିଥିବା ନେଇ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସଙ୍ଗଠନକୁ ସୁଦୃଢ କରିବା ପାଇଁ ଆଗକୁ ଆହୁରି ପରିଶ୍ରମ କରିବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଅନ୍ୟ ପକ୍ଷରେ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅପରାଜିତା । ଦଳ ଭଲ ପ୍ରଦର୍ଶନ କରି ପାରିଥାନ୍ତା ମାତ୍ର ପୌର ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିପାରିବ । ଖୁବ ଶୀଘ୍ର ଦଳ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଅପରାଜିତା କହିଛନ୍ତି ।

Get real time updates directly on you device, subscribe now.