fbpx

ଦର୍ଶକଙ୍କୁ ମିଳିଲା ଅନୁମତି: ବିରାଟଙ୍କ ୧୦୦ତମ ଟେଷ୍ଟ ପାଇଁ ଏଭଳି ସର୍ତ୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ବିପକ୍ଷପ୍ରଥମ ଟେଷ୍ଟ ମୋହଲୀରେ ମାର୍ଚ୍ଚ ୪ ତାରିଖରୁ ଖେଳାଯିବ । ଏହି ମ୍ୟାଚ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କର ୧୦୦ତମ ମ୍ୟାଚ ହେବ । ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ଦର୍ଶକଙ୍କୁ ଅନୁମତି ଦେବାକୁ ଅନୁରୋଧ କରାଯାଇଥିଲା । ଏହାପରେ ନିଜ ନିଷ୍ପତ୍ତିକୁ ବଦଳାଇବା ପାଇଁ ବାଧ୍ୟ ହୋଇଛି ବିସିସିଆଇ । ଏଭଳିି ଏକ ଐତିହାସିକ ମ୍ୟାଚକୁ ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିଛି । ପୂର୍ବରୁ ମ୍ୟାଚରେ କୌଣସି ଦର୍ଶକଙ୍କୁ ଅନୁମତି ଦିଆଯାଇ ନଥିଲା ।

କରୋନା ମହାମାୀର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତ-ଶ୍ରୀଲଙ୍କା ଟେଷ୍ଟରେ ଦର୍ଶକଙ୍କୁ ଅନୁମତି ଦେଇନଥିଲା ବିସିସିଆଇ । କିନ୍ତୁ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ବିସିସିଆଇ ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛି । ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କୁ ମଞ୍ଜୁରି ମିଳିଛି । କିନ୍ତୁ ଏକ ସର୍ତ୍ତ ସହ ବିସିସିଆଇ ପ୍ରଶଂସକଙ୍କୁ ଅନୁମତି ଦେଇଛି । ଏହି ମ୍ୟାଚ ଦେଖିବା ପାଇଁ ମାତ୍ର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଦିଆଯିବ । ପଞ୍ଜାବ କ୍ରିକେଟ ଆସୋସିଏସନ ତରଫରୁ ଏ ନେଇ ସୂଚନା ଦିଆଯାଇଛି । ତେବେ ଏ ସମ୍ପର୍କରେ ଏକ ମିଟିଙ୍ଗରେ କ୍ରାଉଡକୁ ନେଇ ଅଧିକ ଆଲୋଚନା କରାଯିବ ।

ରାଜ୍ୟ କ୍ରିକେଟ ସଂଘ ସହିତ ମ୍ୟାଚ ବିଷୟରେ ଆଲୋଚନା କରିବା ପରେ ସଂଘ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଏଥିସହିତ ବିରାଟ କୋହଲିଙ୍କୁ ୧୦୦ତମ ଟେଷ୍ଟ ମ୍ୟାଚ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.