fbpx
BSKY
BJD MC SKY
BJD YOUTH SKY

ସୁନାରେ ଛାଉଣୀ ହେବ କାଶୀ ବିଶ୍ୱନାଥ ମନ୍ଦିର: ଦାନରେ ମିଳିଲା ୩୦ କୋଟି ଟଙ୍କାର ସୁନା

ନୂଆଦିଲ୍ଲୀ: ସୁନାରେ ଛାଉଣୀ ହେଇଯିବ କାଶୀ ବିଶ୍ୱନାଥ ମନ୍ଦିର । ମନ୍ଦିରକୁ ସୁନାରେ ଛାଉଣୀ କରିବା ପାଇଁ ଜଣେ ଭକ୍ତ ଦାନ କରିଛନ୍ତି ୬୦ କିଗ୍ରାର ସୁନା । ଏହି ସୁନାର ମୂଲ୍ୟ ୩୦ କୋଟି ଟଙ୍କା ହୋଇଥିବା ବେଳେ ଭକ୍ତ ଜଣଙ୍କ ନିଜର ପରିଚୟ ଗୋପନ କରିଛନ୍ତି । ଝରୋକା ଦର୍ଶନ ପାଇଁ ଏହି ସୁନାକୁ ବ୍ୟବହାର କରାଯିବ । ମନ୍ଦିରର ଡିଭିଜନାଲ କମିଶନର ଦୀପକ ଅଗ୍ରୱାଲ ଏହି ସୁନାର ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି ।

ଅଗ୍ରୱାଲ କହିଛନ୍ତି ଏହି ସୁନାର ୩୭ କିଗ୍ରା ଭିତର କାନ୍ଥକୁ ଛାଉଣି କରାଯିବ । ବଳକା ସୁନାକୁ ଗର୍ଭଗୃହକୁ ସୁନା ଛାଉଣୀ କରିବାରେ ଖର୍ଚ୍ଚ କରାଯିବ । ନରେନ୍ଦ୍ର ମୋଦୀ ବାରାଣାସୀରେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପକୁ ଡିସେମ୍ବର ୧୩ ତାରିଖରେ ଉଦଘାଟନ କରିବେ । ଏହାକୁ ୟୁପି ନିର୍ବାଚନ ପୂର୍ବରୁ ସାରିବାକୁ କୁହାଯାଇଛି । ଡିସେମ୍ବର ୧୦ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ସେମାନେ ଦିନରାତି କାର୍ୟ୍ୟ କରୁଛନ୍ତି। କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାୟ ୪୦୦ ଅତିରିକ୍ତ ଶ୍ରମିକଙ୍କୁ ଅଣାଯାଇଛି।

Get real time updates directly on you device, subscribe now.