ଫ୍ୟାନ୍ସଙ୍କ ପାଇଁ ଆହତ ହୋଇଗଲେ ଆଜିତ, ହସ୍ପିଟାଲରେ ହେଲେ ଭର୍ତ୍ତି

ହାଇଦ୍ରାବାଦ୍: ହସ୍ପିଟାଲରେ ସାଉଥ୍ ସୁପରଷ୍ଟାର ଅଜିତ । ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରି ଫେରିବାବାଟରେ ତାଙ୍କ ଦେହ ହଠାତ୍ ଖରାପ ହୋଇଯାଇଛି ।

ବିମାନ ବନ୍ଦରରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସୂଚନା ମୁତାବକ ପୁରସ୍କୃତ ହୋଇ ଦିଲ୍ଲୀରୁ ଫେରିବାବେଳେ ଅଜିତଙ୍କୁ ଫ୍ୟାନ୍ସ ଘେରିଯାଇଥିଲେ । ଯାହାଫଳରେ ସେ ଅସୁସ୍ଥ ହୋଇଯାଇଥିଲେ ।

ଗୋଡ଼ରେ ଆଘାତ ଲାଗିବା କାରଣରୁ ତାଙ୍କୁ ତାଙ୍କୁ ଚନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା ପରେ ଅତିଜ ସମ୍ପୂର୍ଣ୍ଣ ସୁସ୍ଥ ତିବା ଜଣାପଡ଼ିଛି । ଗୋଡରେ ଆଘାତ ଲାଗିବା ଯୋଗୁ ଫିଜିଓ ଥେରାପିର ଆବଶ୍ୟକତା ରହିଥିଲା ।

ସେ ଦୃଷ୍ଟିରୁ ଅଜିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଅଜିତଙ୍କୁ ଆଜି ହସ୍ପିଟାଲରୁ ଡିସଚାର୍ଜ କରିବା ନେଇ ଖବର ପ୍ରକାଶ ପାଇଛି ।