fbpx
BJD SKY
BJD SKY

Supertech ବିଲଡର କମ୍ପାନୀର MD ଗିରଫ

BJD

ନୂଆଦିଲ୍ଲୀ: ଗ୍ରେଟର ନୋଏଡ଼ାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୁପରଟେକ ବିଲଡର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ (ଏମଡି)ଙ୍କୁ ଗିରଫ କରାଯାଇଛି । କମ୍ପାନୀର ଏମଡି ରାକେଶ ଅରୋରାଙ୍କୁ ଗିରଫ କରାଯାଇଛି । ରାକେଶଙ୍କୁ ଦାଦରୀ ତହସିଲର ଅଧିକାରୀମାନେ ଗିରଫ କରିଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶର ରିଅଲ ଇଷ୍ଟେଲ ରେଗୁଲେଟୋରୀ ଅଥରିଟି (ରେରା)ର ନିର୍ଦ୍ଦେଶ କ୍ରମେ ରାକେଶଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନ ମୁତାବକ, ଘର ଯୋଗାଇ ଦେବା ପାଇଁ ସୁପରଟେକ କମ୍ପାନୀ ଗ୍ରାହକଙ୍କଠାରୁ ଅର୍ଥ ନେଇଥିଲା, ମାତ୍ର ଫେରସ୍ତ କରିନଥିଲା । ଫଳରେ ଏନେଇ କମ୍ପାନୀ ବିରୋଧରେ ଅଭିଯୋଗ ଦାୟର ହୋଇଥିଲା । ତେଣୁ ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ ରାକେଶଙ୍କୁ ଗିରଫ କରିବା ପାଇଁ ରେରା ନିର୍ଦ୍ଦେଶ ଦେଇଥିଲା । ଏହାପରେ ରାକେଶଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସମୟରେ ଜମିବାଡ଼ିକୁ ନେଇ ଅନେକ ଠକାମି ହେଉଥିବାର ଦେଖାଯାଉଛି । ଅନେକ ବିଲଡର ସଂସ୍ଥା ଗ୍ରାହକଙ୍କୁ ଜମି ଓ ଘର ଯୋଗାଇଦେବା ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏ କ୍ଷେତ୍ରରେ ଠକାମି କରିଥାନ୍ତି । ବଡ଼ ବଡ଼ ସହରମାନଙ୍କରେ ଏଭଳି ଅନେକ ମାମଲା ଦେଖାଯାଉଛି । ଏହି ଠକାମି ଘଟଣାରେ ବହୁ ବିଲଡର ସଂସ୍ଥାର ମାଲିକମାନେ ମଧ୍ୟ ଗିରଫ ହୋଇଥାନ୍ତି । ତେଣୁ ଗ୍ରାହକମାନେ ଜମି, ଘର, ଫ୍ଲାଟ କିଣିବା ପୂର୍ବରୁ ଏ ବାବଦରେ ସବିଶେଷ ତଥ୍ୟ ଜାଣିବା ନିହାତି ଜରୁରୀ । ନଚେତ୍ ଶେଷକୁ କେବଳ ପଶ୍ଚାତାପ କରିବା ଛଡ଼ା ଅନ୍ୟ ବାଟ ନଥିବ ।

Get real time updates directly on you device, subscribe now.