fbpx
BSKY SKY
BSKY SKY

ସିସୋଦିଆଙ୍କ ଜାମିନ ଆବେଦନକୁ ନେଇ ପ୍ରସ୍ତୁତ ହେଲେ ସୁପ୍ରିମକୋର୍ଟ, AAP ନେତାଙ୍କୁ ମିଳିବ କି ଆଶ୍ୱସ୍ତି?

BSKY

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଲାଗି ସୁପ୍ରିମକୋର୍ଟ ପ୍ରସ୍ତୁତ ହୋଇଛନ୍ତି । ମଦ ଦୁର୍ନୀତି ମାମଲାରେ ଲାଗିଥିବା ଅଭିଯୋଗରେ ସେ ତିହାଡ ଜେଲରେ ଅଛନ୍ତି । ତେବେ ମନୀଷ ସିସୋଦିଆଙ୍କ ଏହି ମାମଲାର ଶୁଣାଣି ୧୪ ଜୁଲାଇକୁ ରଖାଯାଇଛି । ସିବିଆଇ ଏବଂ ଇଡି ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ଚ୍ୟାଲେଞ୍ଜ ଦେଇଛନ୍ତି । ତେଣୁ ସିସୋଦିଆ ସବୁଠାରୁ ବଡ଼ ନ୍ୟାୟାଳୟରେ ଜାମିନ ମାଗିଛନ୍ତି ।

ମନୀଷ ସିସୋଦିଆଙ୍କ ତରଫରୁ ଲଢୁଥିବା ବରିଷ୍ଠ ଓକିଲ ଅଭିଷେକ ମନୂ ସିଂଘବୀ କୋର୍ଟ ସାମ୍ନାରେ କହିଛନ୍ତି ଯେ, ସିସୋଦିଆଙ୍କ ସ୍ତ୍ରୀ ଗମ୍ଭୀର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସିଂଘବୀ ସିସିଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ କାରଣ ଦର୍ଶାଇ, ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି ଯେ, ଆପ ନେତାଙ୍କୁ ଜାମିନ ଆବେଦନ ଉପରେ ଶୁଣାଣି କରାଯାଉ । ଚିଫ ଜଷ୍ଟିସ ଡିୱାଇ ଏବଂ ଜଷ୍ଟିସ ପିଏସ ନରସିହ୍ମାଙ୍କ ବେଞ୍ଚ ଏହାକୁ ମଞ୍ଜୁରୀ ଦେଇଛନ୍ତି ।

ବେଞ୍ଚ କହିଛନ୍ତି ଯେ, ଏହି କେସ ୧୭ ଜୁଲାଇ ପାଇଁ ସୂଚୀବଦ୍ଧ ଅଟେ । ହେଲେ ୧୪ ଜୁଲାଇରେ ଏହି ମାମଲା ଉପରେ ଶୁଣାଣି ହେବ । ଗତ ସପ୍ତାହ ସିସୋଦିଆ ସୁପ୍ରିମ କୋର୍ଟରେ ଆବେଦନ ଦାଖଲ କରିଥିଲେ । ହାଇକୋର୍ଟ ସିବିଆଇ ଏବଂ ଇଡିରେ ଜାମିନ ଆବେଦେନ ଖାରଜ ହୋଇଯିବା ପରେ ସେ ସବୁଠାରୁ ବଡ଼ ଅଦାଲତରେ ଅବେଦନ କରିଥିଲେ ।

Get real time updates directly on you device, subscribe now.